Sat. Nov 2nd, 2024

ସିସିଟିଭି ନଥିଲେ ବାତିଲ ହେବ ପରୀକ୍ଷା କେନ୍ଦ୍ର, ଆସନ୍ତା ୨୫ ତାରିଖ ସୁଦ୍ଧା ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ

By amfnews Apr 14, 2021 #Featured
115 Views

ଭୁବନେଶ୍ୱର, ଏପ୍ରିଲ 14 : ଆସନ୍ତା ମେ ୧୮ରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୨ ପରୀକ୍ଷା ଯାହା ଜୁନ୍ ୧୨ରେ ସମାପ୍ତ ହେବ । ତେବେ ଏହି ପରୀକ୍ଷାକୁ ଦୃଷ୍ଟିରେ ରଖି ସିଏଚ୍ଏସଇ ପକ୍ଷରୁ ସମସ୍ତ ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଇଛି । ତେଣୁ ସମସ୍ତ ପରୀକ୍ଷା କେନ୍ଦ୍ରର ପ୍ରବେଶ ଦ୍ୱାର, ପରୀକ୍ଷା ହଲ, ବାରଣ୍ଡା ଓ ଅନ୍ୟାନ୍ୟ ସ୍ଥାନରେ ସିସିଟିଭ୍ ରହିବା ବାଧ୍ୟତାମୂଳକ କରାଯାଇଛି ।

ତେଣୁ ଯଦି କୌଣସି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିନଥିବ ତେବେ ସେହି କେନ୍ଦ୍ରରେ ପରୀକ୍ଷା ବାତିଲ୍ କରାଯିବ । ଏଥିଲାଗି ଆସନ୍ତା ୨୫ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଥିବା ରିପୋର୍ଟ ଶିକ୍ଷା ପରିଷଦ ପାଖରେ ଦାଖଲ କରିବାକୁ ହେବ ।

ଏହାସହ କଲେଜ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁାପରିଶ କରାଯିବ ବୋଲି ପରୀକ୍ଷା ନିୟନ୍ତ୍ରକ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି

By amfnews

Related Post