Sun. Mar 8th, 2026

ସିରିଏଲ୍‌ କିସ୍‌ର ଇମରାନ୍‌ଙ୍କ ମୃତ୍ୟୁ ହୋଇସାରିଛି: ଇମରାନ୍‌ ହାସମୀ

278 Views

ମୁମ୍ବାଇ: ସିରିଏଲ୍‌ କିସ୍‌ର ଇମରାନ୍‌ଙ୍କ ମୃତ୍ୟୁ ହୋଇସାରିଛି ! ଏହି ଶୀର୍ଷକ ପଢ଼ି ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁ ଥିବ। ବିଶ୍ୱାସ ହେଉ ନଥିବ କି ଏମିତି କେମିତି ହେଲା। ତେବେ ବାସ୍ତବ କଥା ହେଉଛି ଏହି କଥାଟି ଆମେ ନୁହେଁ ଅଭିନେତା ଇମାରାନ୍‌ ହାସମୀ ନିଜେ କହିଛନ୍ତି, କି ସେ ସିରିଏଲ୍‌ କିସର ଇମେଜରୁ ବାହାରକୁ ବାହରିବାକୁ ଚାହାଁନ୍ତି।

ପାଖାପାଖି ଏକ ଦଶକ ପର୍ଯ୍ୟନ୍ତ ବଲିଉଡ୍‌ରେ ଏହି ଇମେଜରେ ଥିବା ଇମରାନ୍‌ ହାସମୀ ଏବେ ସ୍ପଷ୍ଟ ଭାବେ କହିଛନ୍ତି କି, ତାଙ୍କୁ ଅଲଗା ନାମ ଯେମିତି କି ବେଡ ବଏ, ସିରିଏଲ କିଲରରେ ପଛେ ଡାକନ୍ତୁ କିନ୍ତୁ ଏହି ସିରିଏଲ୍‌ କିସର ନାମରେ ଆଦୌ ଡାକନ୍ତୁ ନାହିଁ। ଏହି ଇମେଜକୁ କେବେ ବି ସେ ଗମ୍ଭୀରତା ସହ ନେଇ ନଥିଲେ ବୋଲି କହନ୍ତି।

ଇମରାନ୍‌ କହନ୍ତି, ସିନେମା ‘ମର୍ଡର’, ‘ଜନ୍ନତ’, ‘ଆଓ୍ଵାରାପନ୍‌’ ସମୟର ଇମରାନ୍‌ ହାସମୀ ଏବେ ମରି ସାରିଛି। ଏହା ମୋ ଜୀବନର ଏକ ଭିନ୍ନ ସମୟ ଥିଲା। ମୁଁ ଏବେ ମୋ ଜୀବନରେ ବହୁତ ଆଗକୁ ବଢ଼ି ଯାଇଛି। ମୋର ବିବାହ ହୋଇ ଓ ପୁଅଟେ ଅଛି।’

ଇମରାନ୍‌ ହାସମୀ ଏକ ସାକ୍ଷାତକାରରେ କହିଛନ୍ତି, ସେ ନିର୍ମାତା ବନି ଯାଇଛନ୍ତି। ନିଜର ହୋମ୍‌ ପ୍ରଡକ୍‌ସନ୍‌ରେ କୌଣସି ସିନେମାରେ ସେ କିସ୍‌ କରୁଥିବା ଦେଖିବାକୁ ମିଳିବ ନାହିଁ। ସେ ସ୍ପଷ୍ଟ ଭାବେ କହି ରଖିଛନ୍ତି କି ସିରିଏଲ କିସର ଇମରାନ୍‌ ହାସମୀ ଏବେ ମରି ସାରିଛି।

By amfnews

Related Post