Mon. Jan 13th, 2025

ସିମରନଙ୍କ ଫୋନର ଚାଞ୍ଚଲ୍ୟକର ୨ ଅଡିଓ:୧୧ ମିନିଟ୍‌ କଥାରେ ୮ ଥର,‘ଯାକେ କହିଁ ମର୍‌ କ୍ୟୁଁ ନହିଁ ଯାତି’

By amfnews Jan 5, 2019 #Featured
268 Views

ସମ୍ବଲପୁର, ଜାନୁଆରୀ ୦୫ : ଯାକେ କହିଁ ମର କ୍ୟୁ ନହିଁ ଯାତି। ୧୧ ମିନିଟ ୧ ସେକେଣ୍ତ କଥାରେ ଥରେ କିମ୍ବା ୨ ଥର ନୁହେଁ ୮ ଥର ଜଣେ ପୁରୁଷ ବ୍ୟକ୍ତି ସିମରନଙ୍କୁ ଏଭଳି ପ୍ରବର୍ତ୍ତାଉଥିବା ନେଇ ଏକ ଅଡିଓ ପଦାକୁ ଆସିଛି। ସିମରନଙ୍କ ପରିବାର ଅନୁସାରେ, ସିମରନଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଉଥିବା ଏହି ପୁରୁଷ ବ୍ୟକ୍ତି ୟୁଗ ସୁନା ହିଁ ଅଟନ୍ତି। ୧ ତାରିଖରେ ସିମରନ କେସିଙ୍ଗାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ। ୨ ତାରିଖ ସେ ଟ୍ରେନରେ ଫେରୁଥିଲେ, ଏହି ସମୟରେ ସେ ୟୁଗଙ୍କ ସହିତ ଫୋନରେ କଥା ହୋଇଥିଲେ। ଏଥିରେ ୟୁଗ ତାଙ୍କୁ କେଉଁଠି ଅଛ ବୋଲି ପଚାରିଥିଲେ।

ସିମରନ ଉତ୍ତର ଦେଇଥିଲେ, ଯେଉଁଠି ଥିଲେ ମଧୢ ତାଙ୍କୁ କଣ ଫରକ ପଡୁଛି। ଏପରିକି ବାର୍ତ୍ତାଳପ ବେଳେ ସିମରନଙ୍କୁ ନିଜର ସ୍ତ୍ରୀ ବୋଲି ମଧ୍ୟ କହିଥିଲେ ୟୁଗ। ତମର କୌଣସି ଇଜ୍ଜତ ନାହିଁ ବୋଲି ବାରମ୍ବାର କହିଛନ୍ତି ୟୁଗ୍‌। ସିମରନ ୟୁଗ ଭଲ ଭାବରେ କଥା ହେବା ଅନୁରୋଧ କରୁଥିଲେ ମଧୢ ୟୁଗ ତାଙ୍କୁ ବାରମ୍ବାର ତୁମର କୌଣସି ଇଜ୍ଜତ ନାହିଁ, ଯାଇ କି କେଉଁଠି ମରି ଯାଅ ବୋଲି କହୁଥିଲେ।

ସିମରନଙ୍କ ପାରିପାର୍ଶ୍ବିକରେ ବହୁତ ଶବ୍ଦ ଶୁଣାଯାଉଥିଲା ବେଳେ ୟୁଗ୍‌ ପାଟି ଚିପି ଚିପି କଥା ହେଉଥିଲେ। ଏଥିଯୋଗୁଁ ଅନେକ ବାର୍ତ୍ତାଳପ ସ୍ପଷ୍ଟ ନଥିଲା। ଉଲ୍ଳେଖଯୋଗ୍ୟ, ଗୁରୁବାର ସକାଳୁ ମହାନଦୀ ବ୍ରିଜ ତଳୁ ଆଲବମ୍‌ ଅଭିନେତ୍ରୀ ସିମରନ ସିଂଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିବା ପରେ ଏହାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଲାଗି ରହିଛି। ଗୁରୁବାର ସିମରନଙ୍କ ଶେଷ କଲର ଭଏସ୍‌ ରେକର୍ଡ ଭାଇରାଲ ହେବା ପରେ ଶୁକ୍ରବାର ଆଉ ୨ଟି ଭଏସ୍‌ ମେସେଜ୍‌ ମଧ୍ୟ ଭାଇରାଲ ହୋଇଛି।

ସମ୍ବଲପୁର: ଯୁଗ କରିଥିବା ଅନ୍ୟାୟ ବିରୋଧରେ ସିମରନ କୋର୍ଟର ଆଶ୍ରୟ ନେବା ପାଇଁ ପ୍ରସ୍ତୁତ ହେଉଥିଲେ। ୨ ତାରିଖରେ ଏ ନେଇ ଜଣଙ୍କ ସହ ଫୋନ ଆଲୋଚନାର ଏକ ଅଡିଓ ପଦାକୁ ଆସିଛି। ଏଭଳି ସ୍ଥିତିରେ ସେ କାହିଁକି ଆତ୍ମହତ୍ୟା କରିବେ ବୋଲି ସିମରନଙ୍କ ପରିବାର ପ୍ରଶ୍ନ କରିଛି । ଏହି ଅଡିଓରେ ସେ ଜଣଙ୍କ ସହିତ ଓକିଲଙ୍କ ସହିତ ପରାମର୍ଶ ପାଇଁ ଜଣଙ୍କ ସହ ଆଲୋଚନା କରୁଥିଲେ। ଫୋନର ଅପରପାର୍ଶ୍ବରେ ଥିବା ବ୍ୟକ୍ତି ଜଣକ କହିଥିଲେ, ବେଲପଡା ଥାନାରେ କେସ କଲେ, ପାଟନାଗଡ କୋର୍ଟର ଓକିଲ ଧରିବାକୁ ପଡିବ ।

ଏହି ଅବସରରେ ଉଭୟ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ବିଷୟରେ କିଛି ମୁହୂର୍ତ୍ତ ଆଲୋଚନା କରିଥିଲେ। ଅପରପାର୍ଶ୍ବର ବ୍ୟକ୍ତି ସିମରନଙ୍କୁ କହିଥିଲେ, ବର୍ତ୍ତମାନ ହିଁ ଉପଯୁକ୍ତ ସୁଯୋଗ, ବର୍ତ୍ତମାନ କେସ କରିଥିଲେ ତାଙ୍କୁ ଜାମିନ୍‌ ମଧୢ ମିଳିବ ନାହିଁ । ସିମରନ କହିଥିଲେ, ଝାରସୁଗୁଡାରେ କେସ କଲେ କିଛି ହେବ ନାହିଁ, ପାଟଣାଗଡ କୋର୍ଟ ବନ୍ଦ ଥିଲେ ସେଠି କେସ କଲେ ଭଲ ହେବ ବୋଲି କହିଥିଲେ। ବେଶୀ ହରବର ହୁଅ ନାହିଁ ବୋଲି ଅପରପାର୍ଶ୍ବର ବ୍ୟକ୍ତି କହିଥିଲେ। ସିମରନ କହିଥିଲେ, ତାଙ୍କୁ ହରବର ହେବାର ଅଛି। ନହେଲେ ପୁଲିସ କହିବ ଏତେ ବିଳମ୍ବରେ କାହିଁକି ଆସିଛ? ମୁଁ ଶୀଘ୍ର କିଛି ପଦକ୍ଷେପ ନେଉଛି। ଆବଶ୍ୟକ ହେଲେ ସହାୟତା ନେବି। ଏଥିସହିତ ସେ ଏହି ବ୍ୟକ୍ତିଙ୍କୁ ଆହୁରି କହିଛନ୍ତି, ତମେ ଏଭଳି କିଛି କୁହ ନାହିଁ ଯାହା ମଧୢ ଭାରି ପଡିବ।

ସବୁ ଅଡିଓର ତଦନ୍ତ ହେବ: ଡିଆଇଜି

ସମ୍ବଲପୁର: ଡିଆଇଜି ସତ୍ୟବ୍ରତ ଭୋଇ କହିଛନ୍ତି, ସିମରନ ସି˚ ରହସ୍ୟଜନକ ମୃତ୍ୟୁ ଘଟଣାରେ ଝାରସୁଗୁଡା ଏବ˚ ବୁର୍ଲା ଥାନାରେ ପୃଥକ ମାମଲା ରୁଜ୍ଜୁ ହୋଇଛିା ଏଥିରେ ପୁଲିସକୁ ଅନେକ ଅଡିଓ ମିଳିଛି। ଏଥିସହିତ ବୁର୍ଲା ପୁଲିସ ପାଖରେ ଥିବା ସିମରନଙ୍କ ଫୋନରୁ ମଧୢ ଅନେକ କଲ ରେକର୍ଡି˚, ଭଏସ କଲ ଏବ˚ ମେସେଜେସ ରହିଛି । ଏହାର ସବୁ ତଦନ୍ତ ହେବ। ସେ ନେଇ କାର୍ଯ୍ୟାନୁଷ୍ଠାନ ହେବ। ସିମରନ ମୃତ୍ୟୁ ୩ ଜିଲ୍ଲା ସହିତ ସ˚ପୃକ୍ତ। ତାଙ୍କ ମୃତ ଶରୀର ସମ୍ବଲପୁରରେ ମିଳିଥିବାବେଳେ ସେ ଝାରସୁଗୁଡାର ଏବ˚ ସିମରନଙ୍କ ସ୍ବାମୀ ବଲାଙ୍ଗୀରର। ତେଣୁଏଥିରେ ୩ ଜିଲ୍ଲା ପୁଲିସ କଥା ଆସୁଥିବାରୁ ଡିଆଇଜିଙ୍କ ଭୂମିକା ଗୁରୁତ୍ବପୂର୍ଣ ହୋଇ ପଡିଛି।

ଆଜି ମିଳିବ ବ୍ୟବଚ୍ଛେଦ ରିପୋର୍ଟ!
ସମ୍ବଲପୁର: ଗୁରୁବ‌ାର ମହାନଦୀ ବ୍ରିଜ ତଳୁ ସିମରନଙ୍କ ମୃତଦେହ ମିଳିବା ପରେ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ସେହିଦିନ ହିଁ ତାଙ୍କର ମୃତଦେହ ବ୍ୟବଚ୍ଛେଦ କରିଥିଲା ବୁର୍ଲା ପୁଲିସ୍‌। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ଦ୍ବନ୍ଦ୍ବ ଲାଗି ରହିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯାଇ ସବୁକିଛି ସତ ପଦାରେ ପଡ଼ିବ ବୋଲି ବୁର୍ଲା ଏସଡିପିଓ ଶିଶୁରଞ୍ଜନ ମହାପାତ୍ର କହିଛନ୍ତି। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ତୁରନ୍ତ ଏହାର ରିପୋର୍ଟ ଦେବାକୁ ମେଡିକାଲକୁ କୁହାଯାଇଛି ଓ ସବୁକିଛି ଠିକରେ ଚାଲିଲେ ଶନିବାର ହିଁ ରିପୋର୍ଟ ପୁଲିସ ହାତରେ ଲାଗିବ ବୋଲି ସେ କହିଛନ୍ତି।

By amfnews

Related Post