ରାଉରକେଲା, ୫ା୧୦ : ବିଜେପି ସିଭିଲ ଟାଉନସିପ୍ (ପୂର୍ବ) ମଣ୍ଡଳର କର୍ମୀ ସମ୍ମିଳନୀ ମଣ୍ଡଳ ସଭାପତି ପରେଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ସେକ୍ଟର-୧ ଜି ବ୍ଲକ୍ ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସୁନ୍ଦରଗଡ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ଶ୍ରୀ ଓରାମ ସଙ୍ଗଠନକୁ ସୁଦୃଢ ଓ ଶକ୍ତିଶାଳୀ କରିବା ପାଇଁ ଆହ୍ୱାନ ଦେବା ସହ ବୁଥ୍ କମିଟି, ଶକ୍ତିକେନ୍ଦ୍ର ଓ ମଣ୍ଡଳ କମିଟି ସହ ବିଭିନ୍ନ ମୋର୍ଚ୍ଚା କମିଟିଗୁଡିକୁ ସକ୍ରିୟ କରିବା ପାଇଁ ପରାମର୍ଶ ଦେଇଥିଲେ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଓଡିଶା ମିଶନକୁ ସାକାର କରିବା ପାଇଁ କଠିନ ପରିଶ୍ରମ କରିବା ପାଇଁ ଉଲ୍ଲେଖ କରିଥିଲେ । କେନ୍ଦ୍ର ସରକାରଙ୍କ ଜନହିତକର ବହୁବିଧ ଯୋଜନାଗୁଡିକୁ ଜନସାଧାରଣଙ୍କ ନିକଟରେ ଘର ଘର ବୁଲି ପହଞ୍ଚାଇବା ପାଇଁ ଶ୍ରୀ ଓରାମ ପରାମର୍ଶ ଦେଇଥିଲେ ।
ଜିଲା ସଭାପତି ଜଗବନ୍ଧୁ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଘୁ ବଳ ତୃଣମୂଳ ସ୍ତରରେ ସଙ୍ଗଠନକୁ ଶକ୍ତିଶାଳୀ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ସେକ୍ଟର-୨ ଖରିଆ ବସ୍ତି ଓ ଗଞ୍ଜୁ ବସ୍ତିର ଶତାଧିକ କର୍ମୀ ବିଜେପିରେ ଯୋଗଦାନ କରିଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ଓ ଜିଲା ସଭାପତି ଶ୍ରୀ ବେହେରା ସେମାନଙ୍କୁ ସ୍ୱାଗତ ଜଣାଇବା ସହ ବିଜେପିରେ ଯୋଗଦାନ ସମ୍ପର୍କରେ ଘୋଷଣା କରିଥିଲେ ।
ଉଭୟ ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ବିଜେପିରେ ଯୋଗଦାନ କରିଥିବା ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକର କାର୍ଯ୍ୟ ଓ ବଳିଷ୍ଠ ନେତୃତ୍ୱରେ ଆକୃଷ୍ଟ ହେବା ଓ ଶ୍ରୀ ଓରାମଙ୍କ ନେତୃତ୍ୱ ପ୍ରତି ଅସ୍ଥା ପ୍ରକଟ କରି ବିଜେପିରେ ଯୋଗଦାନ କରିଥିବା ପ୍ରକାଶ କରିଥିଲେ ଓ ତୃଣମୂଳ ସ୍ତରରେ ବିଜେପିକୁ ଶକ୍ତିଶାଳୀ କରିବା ପାଇଁ ପ୍ରତିବଦ୍ଧ ବୋଲି କହିଥିଲେ ।
ବିଜେପିରେ ଯୋଗଦାନ କରିଥିବା ନେତାଙ୍କ ମଧ୍ୟରେ ଖରିଆ ବସ୍ତିର ଜ୍ୟୋତି ପ୍ରକାଶ କେର୍କେଟା, ରୋହିତ ପ୍ରଧାନ, ଡୁଙ୍ଗା ନାୟକ, କମଳ ଓରାମ, ରେଣୁ ଦାସ, ସହଦେବ ବଡାଇକ, ଅରଭିନ ମୁଣ୍ଡାରୀ, ବିକାଶ ପ୍ରଧାନ, ଆଶିଆନ ଲାକ୍ରା, ମୁନ୍ନା ପ୍ରଧାନ, ମିଲକୁ ବଡାଇକ, ଶଙ୍କର ପ୍ରଧାନ, ଗଞ୍ଜୁ ବସ୍ତିର ମମତା ବେହେରା, ମୁନି ଚୌଧୁରୀ, ସୁନୀଲ ଚୌଧୁରୀ, ଅନୀଲ ଚୌଧୁରୀ, ଲିଲି ଚୌଧୁରୀ, ରେଖା ଶର୍ମା, ସବିତା ମହାନ୍ତି, ବି. ନାୟକ, ବି.ବି. ଚୌଧୁରୀ, ଫର୍କୀ ବଡାଇକ ଓ ଅନ୍ୟମାନେ । କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତୃବୃନ୍ଦ ଓ ମଣ୍ଡଳର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
ଜିଲା ସାଧାରଣ ସମ୍ପାଦକ ତଥା ରଘୁନାଥପାଲୀ ବିଧାନସଭା କ୍ଷେତ୍ର ପ୍ରଭାରୀ ଦିଲ୍ଲୀପ ଦାଶ, ମଣ୍ଡଳ ପ୍ରଭାରୀ ଭ୍ରମରବର ବେହେରା, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା କଳ୍ପନା ଲେଙ୍କା, ଜିଲା ସାଧାରଣ ସମ୍ପାଦକ ରାଇସନ ତିର୍କୀ ଓ ଅମରେନ୍ଦ୍ର ଶର୍ମା, ଜିଲା ସମ୍ପାଦକ ନାରାୟଣ ମହାନ୍ତି, ମଣ୍ଡଳ ଉପସଭାପତି ଲଳିତା ଜେନା, ଗିରିଶ ଶତପଥୀ, ମଣ୍ଡଳ ସାଧାରଣ ସମ୍ପାଦକ ମନୋଜ ସେନାପତି ଓ ପତିତପାବନ ଜେନା, ମଣ୍ଡଳ ସମ୍ପାଦକ ତ୍ରିଲୋଚନ ରାଉତ, ବିସ୍ତାରକ ବିଶ୍ୱଜିତ ସାମନ୍ତରାୟ, ଫର୍ଟିଲାଇଜର ମଣ୍ଡଳ ସଭାପତି ରମାକାନ୍ତ ଜେନା, ମଣ୍ଡଳ ମହିଳା ସଭାନେତ୍ରୀ ସୁନୀତା ମୋହିନୀ, ଇପ୍ସିତା ବିଶ୍ୱାଳ, ମମତା ମହାନ୍ତି, ଝରଣା ମହାରଣା, ଗାୟତ୍ରୀ ସାହୁ, ଚନ୍ଦନ ସାମଲ, ତାରାକାନ୍ତ ମହାପାତ୍ର, ବ୍ରଜ ନାୟକ, ପ୍ରଦୀପ ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
ମଣ୍ଡଳ ସାଧାରଣ ସମ୍ପାଦକ ପତିତପାବନ ଜେନା ଧନ୍ୟବାଦ ଦେଇଥିଲେ । ଏହି ମିଶ୍ରଣ ପର୍ବ ମଣ୍ଡଳ ସଭାପତି ପରେଶ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ରାଉରକେଲା ତଥା ଓଡିଶା ପ୍ରଦେଶର ଜଣେ ଦକ୍ଷ ଓ ବିଶିଷ୍ଟ ଶ୍ରମିକନେତା ତଥା ହିନ୍ଦ ମଜଦୁର ସଭାର ରାଜ୍ୟ କାର୍ଯ୍ୟନିର୍ବାହୀ ସଭାପତି ବିଦ୍ୟାଧର ବାରିକଙ୍କ ବିୟୋଗରେ ସୁନ୍ଦରଗଡ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମଙ୍କ ସମେତ ଦଳର ଜିଲା ସଭାପତି ଶ୍ରୀ ବେହେରା, ବରିଷ୍ଠ ନେତୃବୃନ୍ଦ ଶୋକ ପ୍ରକାଶ କରିଥିଲେ । ଶ୍ରୀ ଓରାମ ସ୍ୱର୍ଗତ ବାରିକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେବା ସହ ସ୍ୱର୍ଗତ ଆତ୍ମାର ସଦ୍ଗତି ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।