Fri. Jan 24th, 2025

ସିବିଆଇ ବନାମ ସିବିଆଇ: କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ କହିଲେ- ସରକାର ଅଭିଯୋଗ ଗୁଡିକର ଯାଂଚ୍ କରୁ ନାହାଁନ୍ତି

By amfnews Oct 24, 2018 #Featured
205 Views

Khabar Odisha:union-cabinet-briefing-arun-jaitley-ravi-shankar-prasad-corruption-issue-cbi
ନୂଆଦିଲ୍ଲୀ, ଅକ୍ଟୋବର ୨୪ :ସିବିଆଇ ବନାମ ସିବିଆଇ ମାମଲା ଲଗାତର ବୃଦ୍ଧି ହେବାକୁ ଲାଗିଛି । ଏବେ ପ୍ରଥମ ଥର ପାଇଁ କେନ୍ଦ୍ର ଏହି ମାମଲାରେ ମୁହଁ ଖୋଲିଛି ।  ଆଜି କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ତରଫରୁ ନିଜ ପକ୍ଷ ରଖିଛନ୍ତି । ସେ କହିଛନ୍ତି ଯେ, ସିବିଆଇ ଦେଶରେ ଏକ ପ୍ରତିଷ୍ଠିତ ସଂସ୍ଥା । ତେଣୁ କେନ୍ଦ୍ର ସରକାର ସିବିଆଇକୁ ନେଇ ସର୍ବଦା ତତ୍ପର ଥାନ୍ତି । ଏବେ କିନ୍ତୁ ଏହି ସଂସ୍ଥାରେ ଦୁର୍ଭାଗ୍ୟପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଛି । ଦୁଇ ବରିଷ୍ଠ ଅଧିକାରୀଙ୍କ ଉପରେ ପ୍ରଶ୍ନ ଉଠିଛି । ଏହି ମାମଲାର ଯାଂଚ୍ କିଏ କରିବ ତାହା ସରକାରଙ୍କ ପାଇଁ ପ୍ରଶ୍ନବାଚୀ । ଏହା କେନ୍ଦ୍ର ସରକାରଙ୍କ ଅଧିକାର କ୍ଷେତ୍ରରେ ଆସୁ ନାହିଁ କିମ୍ବା ସରକାର ଏହାର ଯାଂଚ୍ କରୁ ନାହାଁନ୍ତି ।

ଜେଟଲୀ କହିଛନ୍ତି ସେ ସିବିଆଇର କୌଣସି ଅଧିକାରୀଙ୍କୁ ଦୋଷୀ କହୁ ନାହାଁନ୍ତି । କାନୁନ ମୁତାବକ ଯାଂଚ୍ ପୂରଣ ନହେବା ଯାଏଁ ସେମାନଙ୍କୁ ବାହାର କରା ଯାଇଛି । ଯଦି ଯାଂଚରେ ସେମାନଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ନମିଳେ ତେବେ ସେମାନେ ପୁଣି ଥରେ କାର୍ଯ୍ୟଭାର ଗ୍ରହଣ କରି ପାରିବେ । ଦୁଇ ଅଧିକାରୀ ଏହି ଅଭିଯୋଗର ଯାଂଚ୍ କରି ପାରିବେ ନାହିଁ ତେଣୁ ଏସଆଇଟିର ନିଷ୍ପକ୍ଷ ଯାଂଚ୍ ପାଇଁ ଦୁଇ ଅଧିକାରୀଙ୍କୁ ବାହାରେ ରଖିବା ନିହାତି ଜରୁରୀ । ବିଶେଷ ଇନଭେଷ୍ଟିଗେସନ ଟିମକୁ ଯାଂଚ୍ କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି ।

ସେ ପୁଣି କହିଛନ୍ତି ଯେ, ସିବିସି ସୁପରଭାଇଜରୀ ଅଥରିଟି ଏବଂ ସେ ଏସଆଇଟି ଗଠନ କରିବ । ଏହି ମାମଲାରେ ସରକାରଙ୍କର କୌଣସି ଭୂମିକା ନାହିଁ । ଗତକାଲି ସିବିସି ମିଟିଙ୍ଗ ହୋଇଥିଲା ତେଣୁ ଆଜି ସରକାର ଏହି ନିଷ୍ପତି ନେଇଛନ୍ତି । ତେଣୁ ସରକାରଙ୍କ ଉପରେ ପ୍ରଶ୍ନ କରିବା ଆଧାର ହୀନ ।

By amfnews

Related Post