Sun. Feb 23rd, 2025

ସିବିଆଇ ଅଧିକାରୀଙ୍କୁ ଅବ୍ୟାହତି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଗଣଧାରଣା

By amfnews Oct 27, 2018 #Featured
171 Views

ରାଉରକେଲା, ୨୭ା୧୦  : କେନ୍ଦ୍ର ସରକାରଙ୍କ ରାତିଅଧିଆ ନିରପେକ୍ଷ ସଂସ୍ଥା ସିବିଆଇ କଣ୍ଠରୋଧ କରିବା ବିରୁଦ୍ଧରେ ଅଖିଳ ଭାରତୀୟ କଂଗ୍ରେସ ସଭାପତି ରାହୁଳ ଗାନ୍ଧୀଙ୍କ ନିର୍ଦ୍ଦେଶକ୍ରମେ ରାଉରକେଲା ଜିଲା କଂଗ୍ରେସ ତରଫରୁ ସେକ୍ଟର-୪ ସ୍ଥିତ ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବରେ ଏକ ଗଣଧାରଣା କରାଯାଇଛି । ଏଥିରେ ଜିଲା କଂଗ୍ରେସ ସଭାପତି ରବି ରାୟ ଅଧ୍ୟକ୍ଷତା କରିଥିଲେ । ରାଫେଲ ଜେଟ୍ ବିମାନ ଦୁର୍ନୀତିକୁ ଘଣ୍ଟ ଘୋଡାଇବା ପାଇଁ କେନ୍ଦ୍ର ସରକାର ଯେପରି ଭାବରେ ଅର୍ଦ୍ଧରାତ୍ରୀରେ ସିବିଆଇ ନିର୍ଦ୍ଦେଶକ ଓ ସ୍ୱତନ୍ତ୍ର ନିର୍ଦ୍ଦେଶକଙ୍କୁ ନିଜ ନିଜ ଦାୟିତ୍ୱରୁ ଅବ୍ୟାହତି ଦେଲେ ତା ବିରୁଦ୍ଧରେ ଶାନ୍ତିପୂର୍ଣ୍ଣ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଭାରତରେ ଏପରି ଅଗଣତାନ୍ତ୍ରିକ ଭାବରେ ନିରପେକ୍ଷା ସଂସ୍ଥା ସିବିଆଇକୁ ଯେପରି ଭାବେ କଣ୍ଠରୋଧ କରାଗଲା, ତାହା ଭାରତ ବର୍ଷର ସମ୍ବିଧାନ ବିରୋଧି ଓ ଅଗଣତାନ୍ତ୍ରିକ ଅଟେ । ଏହାକୁ ଭାରତର କୋଟି କୋଟି ଜନସାଧାରଣ କେନ୍ଦ୍ର ସରକାରଙ୍କ ଏହି କାର୍ଯ୍ୟକଳାପକୁ ଗ୍ରହଣ କରିବେ ନାହିଁ ବୋଲି କଂଗ୍ରେସର ବିଭିନ୍ନ ବକ୍ତା ଓ ନେତୃମଣ୍ଡଳୀ ମତପ୍ରକାଶ କରିଛନ୍ତି । ଏମାନଙ୍କ ମଧ୍ୟରେ ରାଜ୍ୟ କଂଗ୍ରେସ ସମ୍ପାଦକ ରଶ୍ମିରଞ୍ଜନ ପାଢୀ, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ରାଜଗାଙ୍ଗପୁରର ପୂର୍ବତନ ବିଧାୟକ ଗ୍ରିଗୋରୀ ମିଞ୍ଜ, ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ସବୀର ହୁସେନ, ବରିଷ୍ଠ କଂଗ୍ରେସ ନେତା ଅଜିତ ସାମଲ, ଗଜେନ୍ଦ୍ର ତନ୍ତୀ, ରାମପ୍ରକାଶ ସିଂ, ଇଜାଜ ଅଖତାର, ବରିୟମ ସିଂ, ସନ୍ତୋଷ ତନ୍ତୀ, ଘନ୍ୟଶ୍ୟାମ ସୁନା, ଶ୍ରମିକନେତା ଗୋପାଳ ଦାସ, ବାସୁ ବାନାର୍ଜୀ ପ୍ରମୁଖ ବକ୍ତଭ୍ୟ ରଖିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଧୁସା ନାଏକ, ଗିରିଜା ମିଶ୍ର, ସର୍ବେଶ୍ୱର ସିଂ, ରଜନୀକାନ୍ତ ପାତ୍ର, ଫାରୁଖ ଖାଁ, ସିଲଭେଷ୍ଟର ଟପ୍ପୋ, ଛବି ଦାସ, ବନମାଳୀ ବିଶୋୟୀ, ଅରୁଣ ଜୟପୁରିଆ, ଗୀତା ବେଜ, ପୂର୍ଣ୍ଣିମା ମୁଖୀ, ଫୁଲ କଂସାରୀ, ଚିତ୍ତରଞ୍ଜନ ମହାନ୍ତି, ସୋମନାଥ ପଣ୍ଡା, ବାବନ ରାୟ, ସୁନୀଲ ସିଂ, ରାଜେନ୍ଦ୍ର ରଜାକ, ଆୟୁବ ଖାଁ, ହରିଦ୍ୱାର ସିଂ, ଯୁବ କଂଗ୍ରେସ ସଭାପତି ପ୍ରବୋଧ ଦାସ, ଉପସଭାପତି ପ୍ରଦୀପ ବେହେରା, ସାଧାରଣ ସମ୍ପାଦକ ସନ୍ଦୀପନ ମହାପାତ୍ର, ସୁଶୀଲ ମାହାତୋ, ଡେଭିଡ ନବରଙ୍ଗୀ, ଡେଭିଡ ରାଓ, ସିକନ୍ଦର ନାଏକ, ସୁନୀଲ ବିଶୋୟୀ, ବିନୟ ସିଂ, ବି.ଏମ୍. ମହାନ୍ତି, ଶିବୁ ସାହୁ, ପୁରୁଷତ୍ତମ ପାତ୍ର, ରମେଶ ଗୁପ୍ତା, ରମାକାନ୍ତ ସିଂ, ଆଶିଷ ଲାକ୍ରା ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଭାସ୍କର ଖିଲାର ଧନ୍ୟବାଦ ଦେଇଥିଲେ ।

By amfnews

Related Post