Thu. Dec 26th, 2024

ସିବିଆଇର ଆଲୋକ ବର୍ମାଙ୍କ ଆବେଦନ ନେଇ ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ ଆଜି

By amfnews Nov 29, 2018 #Featured
156 Views

Khabar Odisha:cbi-vs-cbi-alok-vermas-petition-verdict-in-supreme-court-today

ନୂଆଦିଲ୍ଲୀ, ନଭେମ୍ବର ୨୯: ସିବିଆଇ ବନାମ ସିବିଆଇ ବିବାଦକୁ ନେଇ ସୁପ୍ରିମକୋର୍ଟ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ କରିବାକୁ ଯାଉଛନ୍ତି । ସୁପ୍ରିମକୋର୍ଟଙ୍କ ଦ୍ୱାରା ଶୁଣାଣୀରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇପାରେ ବୋଲି ଆଶା କରାଯାଉଛି । ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଆବେଦନ ଉପରେ ଶୁଣାଣୀ କରିବେ ।

ଗତ ଥର ଶୁଣାଣୀରେ ସୁପ୍ରିମକୋର୍ଟ ଆଲୋକ ବର୍ମାଙ୍କ ଜବାବ ଲିକ ହେବା ଘଟଣାକୁ କେନ୍ଦ୍ର କରି ଶୁଣାଣୀ ସମୟ ପରିବର୍ତ୍ତନ କରିଥିଲେ । ଆଲୋକ ବର୍ମାଙ୍କ ବାବଦରେ ପ୍ରକାଶ ପାଇଥିବା ରିପୋର୍ଟ କପି ତାଙ୍କ ଓକିଲ ଫଲି ନରୀମନଙ୍କୁ ଦାଖଲ କରି ପ୍ରତିକ୍ରିୟା ମାଗିଥିଲେ । ଫଲି ନରୀମନ କହିଥିଲେ, ଗଣମାଧ୍ୟମରେ ପ୍ରକାଶ ପାଇଥିବା ସ୍ତମ୍ଭ ସିବିଆଇ ପକ୍ଷରୁ ପଚରାଯାଇଥିବା ପ୍ରଶ୍ନ ଆଲୋକ ବର୍ମାଙ୍କ ବାବଦରେ ଥିଲା ।

ଆଲୋକ ବର୍ମାଙ୍କୁ ଅଚାନକ ଛୁଟିରେ ପଠାଇବା ବିରୋଧରେ ଆବେଦନ ହୋଇଛି । ଆବେଦନରେ କୁହାଯାଇଛି ଯେ, ଦିଲ୍ଲୀ ସ୍ୱତନ୍ତ୍ର ପୋଲିସ ଷ୍ଟେବଲିସମେଣ୍ଟ ଅଧିନିୟମ ଧାରା ୪-ବି ଅନୁସାରେ, ସିବିଆଇ ନିର୍ଦ୍ଦେଶକଙ୍କ ୨ ବର୍ଷ କାର୍ଯ୍ୟକାଳ ହୋଇଥାଏ ଏବଂ ସରକାର ତାଙ୍କ କାମକାର୍ଯ୍ୟ ଛଡାଇ ନେଇ ନିୟମ ଉଲଂଘନ କରିଛନ୍ତି ।

ଆଇନର ଧାରା ୪-ଏ କହୁଛି ଯେ, ପ୍ରଧାନମନ୍ତ୍ରୀ, ବିରୋଧୀ ଦଳର ନେତା ଏବଂ ପ୍ରଧାନ ବିଚାରପତିଙ୍କ ଏକ ଉଚ୍ଚସ୍ତରୀୟ କମିଟି ହେବେ, ଯିଏକି ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି କରିବେ । ଧାରା ୪-ବି ଅନୁସାରେ ସିବିଆଇ ନିର୍ଦ୍ଦେଶକଙ୍କୁ ସ୍ଥାନାନ୍ତର କରିବା ପୂର୍ବରୁ କମିଟି ଠାରୁ ଅନୁମତି ନିଆଯିବା ଦରକାର । ବର୍ମାଙ୍କ କହିବା ଅନୁସାରେ ଆଇନ ବ୍ୟବସ୍ଥାକୁ ଅଣଦେଖା କରାଯାଇ ତାଙ୍କ ଠାରୁ କାମକାର୍ଯ୍ୟ ଛଡାଇ ନିଆଯାଇଛି, ଯାହାକି ବେଆଇନ ।

By amfnews

Related Post