Tue. Nov 5th, 2024

ସିପିଆଇ(ଏମ୍‌)ମୁଖ୍ୟଙ୍କ ପୁଅ ବିନୋଏ କୋଦିୟାରିଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି

By amfnews Jun 26, 2019 #Featured
104 Views

ମୁମ୍ବାଇ : କେରଳ ସିପିଆଇ(ଏମ୍‌)ର ରାଜ୍ୟ ସଚିବଙ୍କ ପୁଅ ବିନୋଏ କୋଦିୟାରିଙ୍କ ବିରୋଧରେ ମୁମ୍ବାଇ ପୁଲିସ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଛି। ମୁମ୍ବାଇର ଓ୍ଵାଶିଓ୍ଵାରା ପୁଲିସ ଷ୍ଟେସନ୍‌ରେ କୋଦିୟାରି ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ମୁମ୍ବାଇ ପୁଲିସର ଟିମ୍‌ କୋଦିୟାରିଙ୍କୁ ଗିରଫ କରିବା ପାଇଁ କେରଳ ବି ଆସିଥିଲା କିନ୍ତୁ ନିରାଶ ହୋଇ ଫେରିବାକୁ ପଡ଼ିଥିଲା କାରଣ ଅଭିଯୁକ୍ତ ଫେରାର ହୋଇଯାଇଥିଲା।

କେରଳର ସିପିଆଇ (ଏମ୍‌) ରାଜ୍ୟ ସଚିବ କୋଦିୟେରି ବାଳାକ୍ରିଷ୍ଣନ୍‌ଙ୍କ ବଡ଼ ପୁଅ ବିନୋଏ କୋଦିୟେରିଙ୍କ ବିରୋଧରେ ମୁମ୍ବାଇର ଓ୍ଵାଶିଓ୍ଵାରା ପୁଲିସ ଷ୍ଟେସନ୍‌ରେ ଯୌନ ନିର୍ଯାତନା ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ମୁମ୍ବାଇରେ ଜଣେ ପୀଡିତା (ମୂଳ ଭାବେ ବିହାରରେ ବସବାସ କରନ୍ତି)ଙ୍କ ଅଭିଯୋଗ କ୍ରମେ ବିନୋଏ ବିରୋଧ ଯୌନ ନିର୍ଯାତନା ଓ ଧମକ, ପ୍ରତାରଣା ଆଦି ମାମଲା ରୁଜୁ ହୋଇଛି।

ପୀଡିତା ପୁଲିସ୍‌ରେ ଦେଇଥିବା ବୟାନ ଅନୁଯାୟୀ, ବିନୋଏ ତାଙ୍କୁ ବିବାହ କରିବା ପାଇଁ ପ୍ରତିଶ୍ରୃତି ଦେଇଥିଲେ। ବିନୋଏଙ୍କ ସହିତ ତାଙ୍କ ସାକ୍ଷାତ ୨୦୦୯ରେ ଦୁବାଇର ଡ୍ୟାନ୍ସ ବାର୍‌ରେ କାମ କରୁଥିବା ସମୟରେ ହୋଇଥିଲା। ବିବାହ କରିବାକୁ ପ୍ରତିଶ୍ରୃତି ଦେଇ ସେ ଶାରୀରିକ ସମ୍ପର୍କ ରଖିବାକୁ ଲାଗିଥିଲେ। ଯେତେବେଳେ ସେ ବିବାହ କଥା କହୁଥିଲେ ବିନୋଏ କୌଣସି ନା କୌଣସି କାରଣ ଦର୍ଶାଇ ସେ କଥାକୁ ଅଣଦେଖା କରି ଦେଉଥିଲେ। ୨୦୧୦ରେ ମୁମ୍ବାଇ ଆଣି ଭଡାଘରେ ରଖିଥିଲେ। ଏହାର ଗୋଟିଏ ବର୍ଷ ପରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ପରେ ମହିଳା ଜାଣିବାକୁ ମିଳିଥିଲା କି ବିନୋଏ ତ ପୂର୍ବରୁ ହିଁ ବିବାହିତ । ଏହାପରେ ପୀଡିତା ପୁଲିସରେ ମାମଲା ରୁଜୁ କରିବା ପାଇଁ ସ୍ଥିର କରିଥିଲେ।

By amfnews

Related Post