Sat. Nov 23rd, 2024

ସିଜେଆଇ ଦୀପକ ମିଶ୍ରଙ୍କୁ ସରକାର ପଚାରିଲେ ଉତ୍ତରାଧିକାରୀଙ୍କ ନାମ, ଚର୍ଚ୍ଚାରେ ଜଷ୍ଟିସ୍ ଗୋଗାଇ

By amfnews Aug 28, 2018 #Featured
161 Views

ନୂଆଦିଲ୍ଲୀ, ଅଗଷ୍ଟ ୨୮:

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଦୀପକ ମିଶ୍ର ଅକ୍ଟୋବର ୨ରେ ଅବସର ଗ୍ରହଣ କରିବେ । ବର୍ତମାନ କେନ୍ଦ୍ର ସରକାର ଚିଫ୍ ଜଷ୍ଟିସ୍ ଦୀପକ ମିଶ୍ରଙ୍କୁ ଏକ ପତ୍ର ମାଧ୍ୟମରେ ତାଙ୍କ ଉତରାଧିକାରୀଙ୍କ ନାମ ପଚାରିଛନ୍ତି । ତେବେ ଆଗାମୀ ଦିନରେ ଜଷ୍ଟିସ୍ ମିଶ୍ର ସୁପ୍ରିମକୋର୍ଟର ଜଣେ ବରିଷ୍ଠ ବିଚାରପତିଙ୍କ ନାମ ନେଇ ପାରନ୍ତି । କିନ୍ତୁ ଏହି ରେସରେ ମୁଖ୍ୟ ନ୍ୟାୟାଧିଶ ରଂଜନ ଗୋଗାଇଙ୍କ ନାମ ଆଗରେ ରହିଛି ।

ନିୟମ ମୁତାବକ, କେନ୍ଦ୍ର ସରକାର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ତାଙ୍କ ଉତ୍ତରାଧିକାରୀଙ୍କ ନାମ ପଚାରିଥାନ୍ତି । ସିଜେଆଇଙ୍କ ପରାମର୍ଶରେ ସରକାର ସେହି ନାମ ଉପରେ ମୋହର ଲଗାଇଥାନ୍ତି । ଏହା ସହ ସିଜେଆଇ ମିଶ୍ର ସେପ୍ଟେମ୍ବର ପ୍ରଥମ ମାସରେ ସରକାରଙ୍କୁ ନାମ ସୁପାରିଶ କରିବେ ବୋଲି ଜଣାପଡିଛି ।

ଜଷ୍ଟିସ୍ ମିଶ୍ରଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ ଜଷ୍ଟିସ୍ ଗୋଗାଇ

ସୂଚନାନୁସାରେ, ଜଷ୍ଟିସ ରଂଜନ ଗୋଗାଇ ଆସାମର ହୋଇଥିବା ବେଳେ ସିଜେଆଇ ମିଶ୍ରଙ୍କ ପରେ ଦ୍ୱିତୀୟ ବରିଷ୍ଠ ଜଜ୍ । ଜଷ୍ଟିସ୍ ଗୋଗାଇ ସୁପ୍ରିମକୋର୍ଟର ସେହି ୪ଜଣ ଜଜଙ୍କ ସହ ସାମିଲ ଥିଲେ ଯେଉଁମାନେ ଦୀପକ ମିଶ୍ରଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହା ସହ ନ୍ୟାୟପାଳିକାର ସ୍ୱତନ୍ତ୍ରତା ଉପରେ ମଧ୍ୟ ସେ ପ୍ରଶ୍ନ କରିଥିଲେ ।

By amfnews

Related Post