Tue. Dec 24th, 2024

ସିଆଇଟିୟୁର ଦୁଇ ଦିନିଆ ଜିଲାସ୍ତରୀୟ କର୍ମଶାଳା ଉଦ୍ୟାପିତ : ନରେନ୍ଦ୍ର ମୋଦି ସରକାରଙ୍କ ଜନବିରୋଧି ନୀତି ବିରୁଦ୍ଧରେ ସେପ୍ଟେମ୍ବର-୫ ମଜଦୁର-କିସାନ ସଂଘର୍ଷ ସମାବେଶକୁ ସଫଳ କରିବାକୁ ଆହ୍ୱାନ

rklsanchar@gmail.com' By J.N. Pradhan Jul 22, 2018 #Featured
357 Views

ରାଉରକେଲା, ୨୨/୭: ସିଆଇଟିୟୁ ସୁନ୍ଦରଗଡ ଜିଲା କମିଟି ପକ୍ଷରୁ ସ୍ଥାନୀୟ ସେକ୍ଟର-୧୬ ସ୍ଥିତ ଶ୍ରମିକ ଭବନ ଠାରେ ଅନୁଷ୍ଠିତ ଦୁଇ ଦିନିଆ ରାଜନୈତିକ ଓ ସାଙ୍ଗଠନିକ କର୍ମଶାଳା ଉଦ୍ୟାପିତ ହୋଇଯାଇଛି । କର୍ମଶାଳାର ଦ୍ୱିତୀୟ ତଥା ଉଦ୍ୟାପନୀ ଦିବସରେ ସଙ୍ଗଠନର ଜରୁରୀ କର୍ତ୍ତବ୍ୟ ଓ ସିଆଇଟିୟୁ ଡାକରା ସେପ୍ଟେମ୍ବର-୫ ମଜଦୁର କିସାନ ସଂଘର୍ଷ ସମାବେଶ ପାଇଁ ପାର୍ଲିଆମେଣ୍ଟ ଅଭିଯାନ ସମ୍ପର୍କରେ ରିପୋର୍ଟ ଉପସ୍ଥାପନ କରିଥିଲେ ଜିଲା ସାଧାରଣ ସମ୍ପାଦକ ବିମାନ ମାଇତି ।

ସଙ୍ଗଠିତ ଓ ଅସଙ୍ଗଠିତ କ୍ଷେତ୍ରରେ ପ୍ରାଥମିକତା ସମ୍ପର୍କରେ ରିପୋର୍ଟ ଉପସ୍ଥାପନ କରିଥିଲେ ରାଜ୍ୟ ଉପସଭାପତି ଜାହାଙ୍ଗୀର ଅଲ୍ଲୀ । ସଙ୍ଗଠନ ଆଞ୍ଚଳିକ ଶୃଙ୍ଖଳା ଓ ପାଣ୍ଠି ସମ୍ପର୍କରେ ରିପୋର୍ଟ ଉପସ୍ଥାପନ କରିଥିଲେ ଜିଲା ଉପସଭାପତି ଶ୍ରୀମନ୍ତ ବେହେରା । କର୍ମଶାଳାରେ ସିଆଇଟିୟୁ ରାଜ୍ୟ ସାଧାରଣ ସମ୍ପାଦକ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ବର୍ତ୍ତମାନ ପରିସ୍ଥିତିରେ ଶ୍ରମିକ ଶ୍ରେଣୀ ପାଇଁ ଆହ୍ୱାନ ସମ୍ପର୍କରେ ରିପୋର୍ଟ ଉପସ୍ଥାପନ କରିବା ସହ କେନ୍ଦ୍ରର ମୋଦି ସରକାର ବିଗତ ୪ ବର୍ଷ ମଧ୍ୟରେ ବିଭିନ୍ନ ଶ୍ରମିକ, କୃଷକ ବିରୋଧି ନୀତିର ତୀବ୍ର ସମାଲୋଚନା କରିଥିଲେ ।

ଏଥିସହ ଏହି ରାଜନୈତିକ ଓ ସାଙ୍ଗଠନିକ କର୍ମଶାଳାରେ ୟୁନିୟନର ନେତୃବୃନ୍ଦଙ୍କୁ ରାଜନୈତିକ ଆଦର୍ଶଗତ ତଥା ମତାଦର୍ଶଗତ ଭାବରେ ସରକାର ବିରୋଧରେ ଲଢେଇ କରିବା ପାଇଁ ଖୋରାକ ଯୋଗାଇବ ବୋଲି କହିଥିଲେ । ଆଗାମୀ ଜୁଲାଇ ୨୮ ତାରିଖରେ ଶ୍ରମିକମାନଙ୍କୁ ଦମନ କରିବା ପାଇଁ ଏସମା ଆଇନ୍ ଲାଗୁ କରାଯିବାକୁ ବିରୋଧ କରି ସଙ୍ଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ଘଣ୍ଟିକିଆ ରାସ୍ତାରୋକ ଆନ୍ଦୋଳନ ସଙ୍ଗଠିତ କରାଯିବ ।

ଅଗଷ୍ଟ ୭ ତାରିଖ ଦିନ ପରିବହନ ଶ୍ରମିକମାନେ ସର୍ବଭାରତୀୟ ପରିବହନ ଶ୍ରମିକ ଫେଡେରେସନ ଡାକରାରେ ୨୪ ଘଣ୍ଟିଆ ଆନ୍ଦୋଳନ ସଙ୍ଗଠିତ କରିବା ସହ ଅଗଷ୍ଟ ୧୪ ତାରିଖ ଦିନ ସ୍ୱାଧୀନତାର ଅବ୍ୟବହିତ ପୂର୍ବରୁ ବିଭିନ୍ନ ସ୍ଥାନରେ ଅହୋରାତ୍ର ଧାରଣା ସହ ସେପ୍ଟେମ୍ବର ୫ ତାରିଖ ପାର୍ଲିଆମେଣ୍ଟ ଅଭିଯାନକୁ ସଫଳ କରିବାକୁ ଶ୍ରୀ ମହାନ୍ତି ଆହ୍ୱାନ କରିଥିଲେ ।

ଜିଲା ସଭାପତି ତଥା ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସମ୍ପାଦକ ବସନ୍ତ ନାୟକ, ରାଜକିଶୋର ପ୍ରଧାନ, ତାଜମୁନ ନେହାର, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ପ୍ରଦୀପ ସେଠୀ, ଭାଗିରଥି ଟୁଡୁ, ଲିଲମୋହନ ଗୋପ, ଦୁର୍ଗା ଓରାମ, ସୁରେନ୍ଦ୍ର ମହାନ୍ତି, ଦିବାକର ମହାରଣା, ପି.ଏଲ୍. ମିଶ୍ର, ନେଲସନ ମୁଣ୍ଡା, ପି.ସି. ପାତ୍ର, ଶକୁନ୍ତଳା ମହାକୁଡ, ଅଜୟ ଶର୍ମା, ବି.ପି. ମହାପାତ୍ର, ଅରିନ୍ଦମ ଦତ୍ତ, କାହ୍ନୁ ସୂତାର, ସୁରେଶ ମୁଦାଲି, ହୃଦୟାନନ୍ଦ ଯାଦବ, ଶିବରାମ ବେହେରା, କୃଷ୍ଣ ବାରିକ, ଯଯାତୀ ସାହୁ, ପି.ସି. ପ୍ରଧାନ, କିଶୋର ତନ୍ତୀ, ଭିକାରୀ ପ୍ରଧାନ, ରୟାନ କାଣ୍ଡୁଲାନା, ତାପସ କବି, ବିଶ୍ୱଜିତ ମାଝି, ବିନୟ ବେଉରିଆ ପ୍ରମୁଖଙ୍କ ସମେତ ଜିଲାର ଶତାଧିକ ନେତୃବୃନ୍ଦ ସାମିଲ୍ ଥିଲେ ।

Related Post