Sat. Mar 7th, 2026

ସାର୍କ ବୈଠକରେ ଜୟଶଙ୍କରଙ୍କ ଉଦବୋଧନ ବେଳେ ଅନୁପସ୍ଥିତ ରହିଲା ପାକିସ୍ତାନ

356 Views

ନ୍ୟୁୟର୍କ  : ଗୁରୁବାର ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ସାର୍କ ଦେଶର ନେତା ଏକାଠି ହୋଇଥିଲେ। ଯେଉଁଟି ସାର୍କ ଦେଶର ବୈଦେଶିକ ମନ୍ତ୍ରୀ ଉପସ୍ଥିତ ଥିଲେ। ଏହି ବୈଠକରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ବିବାଦ ଦେଖିବାକୁ ମିଳିଥିଲା। ଭାରତର ବୈଦେଶିକ ମନ୍ତ୍ରୀ ଉଦବୋଧନ ଦେଉଥିବା ବେଳେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବୈଠକକୁ ବୟକଟ କରିଥିଲେ।

ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଉଦବୋଧନ ଦେବା ବେଳେ କଶ୍ମୀର ପ୍ରସଙ୍ଗରେ ନିଜର ପୁରୁଣା ଟେପ୍ ରକର୍ଡିଂ ବଜାଇଥିଲେ। ସେ କହିଥିଲେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ମାନବାଧିକାର କ୍ଷୁର୍ଣ୍ଣ ହୋଇଛି। ଅନେକ ସ୍ଥାନରେ କଟକଣା ଲଗାଯାଇଛି। ଯେତେ ଦିନ ପର୍ଯ୍ୟନ୍ତ କଟକଣା ଅଳ୍ପ ସଂଖ୍ୟକଙ୍କୁ ସୁରକ୍ଷା ଯୋଗାଇ ନଦିଆଯାଇଛି ସେତେଦିନ ଯାଏ ପାକିସ୍ତାନ ଭାରତ ସହ କଥା ହେବ ନାହିଁ ବୋଲି କ୍ୟୁରେଶୀ କହିଥିଲେ। ଏମିତିକି ୨୦୧୬ରେ ଇସଲାମାବାଦରେ ସାର୍କ ସମ୍ମିଳନୀ ହେବାର ଥିଲା। ହେଲେ ମୋଦିଙ୍କ ବିରୋଧ ପାଇଁ ଏହି ବୈଠକ ହୋଇପାରିନଥିଲା ବୋଲି ସେ କହିଥିଲେ।

ଏହାପରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଉଦବୋଧନ ଦେବା ବେଳେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବୈଠକ ବାହାରକୁ ପଳାଇଯାଇଥିଲେ। କ୍ୟୁରେଶୀଙ୍କ ଅନୁପସ୍ଥିତିକୁ ନଜରରେ ରଖି କିଛି ସମୟ ଅପେକ୍ଷା କରିବାକୁ ପଡ଼ିଥିଲା ଜୟଶଙ୍କରଙ୍କୁ। ଏହାପରେ ନିଜର ଅଭିଭାଷଣ ରଖିଥିଲେ। କ୍ୟୁରେଶୀ ଆସିବା ବେଳକୁ ଜୟଶଙ୍କରଙ୍କ ଅଭିଭାଶଣ ଶେଷ ହୋଇଯାଇଥିଲା। କଶ୍ମୀର ପ୍ରସଙ୍ଗରେ ମନାନ୍ତର ଥିବାରୁ ଭାରତ ପକ୍ଷ ରଖୁଥିବା ବେଳେ ବୟକଟ କରିଥିଲେ ବୋଲି ସେ କହିଛନ୍ତି।

ସାର୍କ ବୈଠକରେ ଉପସ୍ଥିତ ଥିବା ଦେଶ ଗୁଡ଼ିକ ହେଲେ ଭାରତ, ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ୍, ମାଳଦୀପ, ନେପାଳ ଏବଂ ଶ୍ରୀଲଙ୍କା।

ସୂଚନାଯୋଗ୍ୟ, ସାର୍କ ବୈଠକରେ କ୍ୟୁରେଶୀ କଶ୍ମୀର ପ୍ରସଙ୍ଗରେ ଯେଉଁସବୁ ମତ ରଖିଛନ୍ତି ସେ ବାବଦରେ ଭାରତ ନିଜର ମତ ରଖିସାରିଛି। ଏମିତିକି କଶ୍ମୀରରେ ମାନବାଧିକାର କ୍ଷୁର୍ଣ୍ଣ ହୋଇଥିବାର ପ୍ରମାଣ ପାକିସ୍ତାନ ଜାତିସଂଘରେ ଦେଇ ପାରିନଥିଲା

By amfnews

Related Post