Tue. Mar 10th, 2026

ସାମ୍ୱାଦିକ ସମ୍ମିଳନୀ ବେଳେ ଭାରତ ପାକିସ୍ତାନ ମ୍ୟାଚ ବାବଦରେ ପଚାରିଲେ ବିହାର ସ୍ୱାସ୍ଥ୍ୟମନ୍ତ୍ରୀ

184 Views

ପାଟନା: ବିହାର ମୁଜାଫରନଗରରେ ବେକାବୁ ହୋଇ ପଡ଼ିଛି ଆକ୍ୟୁଟ ଏନ୍‌ସେଫାଲାଇଟିସ୍‌ ସିଣ୍ଡ୍ରୋମ୍‌ (ଏଇଏସ୍‌)। ଏବେ ଏହି ରୋଗରେ ୧୩୮ରୁ ଅଧିକ ଛୋଟ ପିଲାଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ବିହାର ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ ଏହି ପ୍ରସଙ୍ଗରେ ରବିବାର ଏକ ସାମ୍ୱାଦିକ ସମ୍ମିଳନୀ କରିଥିଲେ। ଯେଉଁଥିରେ ଏମିତି କିଛି ବାର୍ତ୍ତାଳାପ କରିଛନ୍ତି ମଙ୍ଗଲ ପାଣ୍ଡେ ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି।

ରବିବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଚର ହର୍ଷ ବର୍ଦ୍ଦନ ମୁଜାଫରନଗର ଆସି ହସ୍ପିଟାଲରେ ସ୍ଥିତି ସମୀକ୍ଷା କରିଥିଲେ। ଏହି ସମୟରେ ତାଙ୍କ ସହିତ ବିହାରର ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ ଏବଂ ସ୍ୱାସ୍ଥ୍ୟ ରାଜ୍ୟ ମନ୍ତ୍ରୀ ଅଶ୍ୱନୀ ଚୌବେ ଉପସ୍ଥିତ ଥିଲେ।

Embedded video

ଖବର ସରବରାହ ସଂସ୍ଥା ଏଏନଆଇ ଏକ ଭିଡିଓ ପୋଷ୍ଟ କରିଛି, ଯେଉଁଥିରେ ଆକ୍ୟୁଟ ଏନ୍‌ସେଫାଲାଇଟିସ୍‌ ସିଣ୍ଡ୍ରୋମ୍‌ (ଏଇଏସ୍‌) ପ୍ରସଙ୍ଗରେ ସାମ୍ୱାଦିକ ସମ୍ମିଳନୀ ବେଳେ ବିହାର ସ୍ୱାସ୍ଥ୍ୟମନ୍ତ୍ରୀ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚର ସ୍କୋର ବାବଦରେ ପଚାରିଥିଲେ। ସେଠାରେ ଉପସ୍ଥିତ ଥିବା କେହି ଜଣେ ଜବାବରେ କହିଥିଲେ ୪ଟି ଓ୍ୱିକେଟ୍ ଯାଇଛି।

ଆରଜେଡି, କଂଗ୍ରେସ, ହାମ୍, ବାମପନ୍ଥୀ ଦଳ ବିହାର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏପରି ଆଚରଣକୁ ନିନ୍ଦା କରିଛନ୍ତି। ରାଜ୍ୟରେ ଏଇଏସ୍‌ ଗମ୍ଭୀର ସମସ୍ୟା ପାଲଟିଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କ୍ରିକେଟ ପ୍ରତି ଆଗ୍ରହକୁ ଦେଖି ବିରୋଧୀ ସମାଲୋଚନା କରିଛନ୍ତି।

By amfnews

Related Post