Tue. Jun 10th, 2025

ସାମ୍ବାଦିକ ସୁରକ୍ଷା ବିଧେୟକ ବିଧାନସଭାରେ ଆଗତ ହେଉ : ସାମ୍ବାଦିକ ମିଳିତ ମଞ୍ଚ

By amfnews Nov 18, 2019 #Featured
201 Views

ଭୁବନେଶ୍ୱର : ସାମ୍ବାଦିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରିବାକୁ ଦାବି କରିଛି ସାମ୍ବାଦିକ ମିଳିତ ମଞ୍ଚ । ଏହାକୁ ବିଧାନସଭାରେ ଆଗତ କରିବା ପାଇଁ ଆଜି ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ବର୍ଗର ଶତାଧିକ ସାମ୍ବାଦିକ ଫରେଷ୍ଟ ପାର୍କରେ ଆଲୋଚନା କରିଥିଲେ। ଅନେକ ସମୟରେ ସାମ୍ବାଦିକମାନେ କର୍ତ୍ତବ୍ୟ କରୁଥିବାବେଳେ ବହୁବାର ଆକ୍ରମଣର ଶିକାର ହେଉଛନ୍ତି। ତେଣୁ ଚଳିତ ବିଧାନ ସଭାରେ କିପରି ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରାଯିବ ଓ ଉକ୍ତ ବିଧେୟକ ଆଗତ ହେବ, ଏ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ବିଧେୟକ ପାଇଁ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିବା ସହ ବିଭିନ୍ନ ବିଧାୟକ, ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ବୈଠକ ପରେ ସାମ୍ବାଦିକମାନେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିଲେ।

ଆଜିର ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ଲିଙ୍ଗରାଜ ସାହୁ, ରାମଚନ୍ଦ୍ର ପ୍ରସାଦ ରଣସିଂହ, କିଶନ କୁମାର ବରାଇ, ଲକ୍ଷ୍ମୀନାରାୟଣ କାନୁନ୍‌ଗୋ, ସୁକାନ୍ତ ରାଉତ, ବିଦ୍ୟାଧର ବାରିକ, ଆଲ୍‌ଫା ରାୟ, ମେନକା ପରିଡ଼ା, ଅରୁଣ କୁମାର ସାହୁ, ଦୀପକ ମହାପାତ୍ର, ନର୍ମଳ ଚନ୍ଦ୍ର ସେଠୀ, ଶକ୍ତିପ୍ରସାଦ ଦାଶ, ସିଦ୍ଧାର୍ଥ ପ୍ରେମଦାଶ, ହେମନ୍ତ ପ୍ରଧାନ, ସିମ୍ପୁଲ ନାୟକ, ଏସ୍.କେ. ସୟଦ, ଅଶ୍ୱିନୀ କୁମାର ଦାସ, ପ୍ରବୀଣ କୁମାର ମହାପାତ୍ର, ଅଶୋକ ନାୟକ, ବିଭୂତି ନାୟକ, ଲକ୍ଷ୍ମୀକାନ୍ତ ଦାସ, ଦେବବ୍ରତ ମହାନ୍ତ, ଦେବସ୍ମିତା ବେହେରା, ବିମଳ ଚନ୍ଦ୍ର ପ୍ରଧାନ, ଗଜେନ୍ଦ୍ର ନାୟକ, ସତ୍ୟଜିତ୍ ରାଉତ, ଦେବଦତ୍ତ ପାତ୍ର, ଜିତେନ୍ଦ୍ର ମହାନ୍ତି, ଭବାନୀ ପ୍ରସାଦ ଦାସ, ପ୍ରଦୀପ ମହାନ୍ତି, ରାଜେଶ କୁମାର ମହାନ୍ତି, ପ୍ରସନ୍ନଜିତ ତ୍ରିପାଠୀ, ଦୟାନିଧି ଦାଶ, ନିର୍ଲିପ୍ତା ବରାଳ, ବିକାଶ ଚନ୍ଦ୍ର ବେହେରା, ଗୌରପ୍ରସାଦ ମହାନ୍ତି, ଏସ୍.କେ. ଗୁଜୁରାଲ, ଏସ୍.କେ. ପ୍ରଧାନ, ସୌଗନ ଶତପଥୀ, କାହ୍ନା ନାୟକ, ସୁବୀର କୁମାର ପଣ୍ଡା, ଦିଲ୍ଲୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

By amfnews

Related Post