Sat. Mar 7th, 2026

ସାମ୍ବାଦିକଙ୍କୁ ଦୁର୍ବ୍ୟବ୍ୟବହାର ମାମଲା, ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ମାମଲା ରୁଜୁ କଲା ପୁଲିସ

303 Views

କେନ୍ଦ୍ରାପଡ଼ା: ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର ମାମଲାରେ ଆଜି ପୁଲିସ ପକ୍ଷରୁ ଆଜି କେନ୍ଦ୍ରାପଡ଼ା ଥାନାରେ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜ୍ଜୁ କରାଯାଇଥିବା ଜଣାଯାଇଛି। ଅଭିଯୋଗ ଆଧାରରେ ଆଇପିସିର ଧାରା ୩୪୧, ୩୨୩, ୨୯୪, ୫୦୦, ୫୦୬ରେ ଆଜି କେନ୍ଦ୍ରାପଡ଼ା ଥାନାରେ ମାମଲା ରୁଜ୍ଜୁ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ୫ତାରିଖ ଦିନ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାଂସଦ ଅନୁଭବ ମହାନ୍ତି ଜନୈକ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ଆସିଥିଲା । ଏହାପରେ ସେ ଆଜି କେନ୍ଦ୍ରାପଡ଼ା ଥାନାରେ ଏତଲା ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର ମାମଲାରେ ଗତକାଲି ରାଜଧାନୀରେ ସାମ୍ବାଦିକମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ଏକ ୧୦ଜଣିଆ ପ୍ରତିନିଧି ଦଳ ଲୋକସେବା ଭବନକୁ ଯାଇ ଗୃହ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରାଙ୍କ ସହ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ସାମ୍ବାଦିକଙ୍କୁ ସୁରକ୍ଷା ଦେବା, ଏଥିପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବା ସହ ସାଂସଦ ଶ୍ରୀ ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଥିଲା।

By amfnews

Related Post