Sat. Mar 7th, 2026

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା: ସାମ୍ବାଦିକଙ୍କ ସୁରକ୍ଷା ଆଇନ ସ୍ଵୀକୃତି ପାଉ।

213 Views

ମାଲକାନଗିରି ଜିଲ୍ଲା ସ୍ଥାନୀୟ ପ୍ରେସ କ୍ଲବ ଠାରେ ଓଡିଶା ସାମ୍ବାଦିକ ସଂଘର ଜିଲ୍ଲା ଶାଖା ପକ୍ଷରୁ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ସମ୍ପାଦକ ଜିତେନ୍ଦ୍ର ବେଉରାଙ୍କ ପୌରହିତରେ ମାଲକାନଗିରି ସାମ୍ବାଦିକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ବୈଠକରେ ଓଡ଼ିଶାର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ ବାରମ୍ବାର ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ଆକ୍ରମଣକାରୀ ଅଭିଯୁକ୍ତଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଥିଲା।ଜିଲ୍ଲାର ସମସ୍ତ କାର୍ଯ୍ୟରତ ସାମ୍ବାଦିକ ମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଳା ବ୍ୟାଚ ପିନ୍ଧି ଆନ୍ଦୋଳନକୁ ଜାରି ରଖିବେ ବୋଲି ନିଷ୍ପତ୍ତି ନିଆଯାଇଛି।
ସରକାର ରାଜ୍ୟର ସାମ୍ବାଦିକଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଛନ୍ତି।ଏଣୁ ରାଜ୍ୟର ସମସ୍ତ କାର୍ଯ୍ୟରତ ସାମ୍ବାଦିକଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ସାମ୍ବାଦିକ ସୁରକ୍ଷା ଆଇନ ସ୍ଵୀକୃତି ଦବା ଦିଗରେ ସରକାର କାର୍ଯ୍ୟ କରିବା ପାଇଁ ଦାବି ହୋଇଥିଲା।
ଏହି ବୈଠକରେ  ଗୋପୀକୃଷ୍ଣ ପଟନାୟକ,ଦେବ ପ୍ରସାଦ ଦାଶ,ପ୍ରେମେନ୍ଦ୍ର ପରିଚ୍ଛା,ଦେବବ୍ରତ ସାନା,ନିରଞ୍ଜନ ମଲ୍ଲ, କାମରାଜ ଜେନା,ଅଶୋକ ମିଶ୍ର, ବିକ୍ରମ ପାଢ଼ୀ,ପଞ୍ଚାନନ ଦାଶ,ପ୍ରକାଶ ପଟ୍ଟନାୟକ, ରଞ୍ଜନ ନାୟକ,ସୁଶାନ୍ତ ସୁନା,ଆବ୍ରାହମ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

By amfnews

Related Post