Fri. Mar 6th, 2026
293 Views

ପଟ୍ଟାମୁଣ୍ତାଇ/ପାରାଦୀପ , ଜାନୁଆରୀ ୩୧ : ଆଜି ପଟ୍ଟାମୁଣ୍ତାଇରେ ଜଣେ ଘରୋଇ ‌େଟଲିଭିଜନ୍‌ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି। ଆହତ ସାମ୍ବାଦିକ କୁମାରେଶ ନାୟକ ପଟ୍ଟାମୁଣ୍ତାଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଆଜି ଅପରାହ୍ନରେ ଶ୍ରୀ ନାୟକ ପୌର କାର୍ଯ୍ୟାଳୟ ସମ୍ମୁଖରେ ଥିବା ନିଜ ଦୋକାନରେ ବସିଥିବା ବେଳେ ମଠସାହି ଗ୍ରାମର ଚୈତନ୍ୟ ମଳିକ ତାଙ୍କୁ ଏକ ଭୁଜାଲିରେ ଆକ୍ରମଣ କରିଥିଲେ। ଏହି ଘଟଣାକୁ ନେଇ ପଟ୍ଟାମୁଣ୍ତାଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଏକ ମଟରସାଇକଲକୁ ଜବତ କରିଛି। ଆକ୍ରମଣର କାରଣ ଜଣା ପଡିନାହିଁ।

ସେହିପରି ପାରାଦୀପଗଡ଼ସ୍ଥିତ ଶ୍ରୀମା ଉଚ୍ଚ ବିଦ୍ୟାଳୟ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଗତ ତିନି ଦିନ ହେବ ଧାରଣା ଦେଇଛନ୍ତି। ଧାରଣାକୁ ବିରୋଧ କରୁଥିବା ଏକ ନିର୍ଦିଷ୍ଟ ଦଳର ସମର୍ଥକମାନେ ଧାରଣା ଦେଇଥିବା ଛାତ୍ରଛାତ୍ରୀଙ୍କୁ ଗାଳିଗୁଲଜ ଓ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ସମୟରେ ଚିତ୍ର ଉତ୍ତୋଳନ କରୁଥିବା ଏକ ବୈଦୁତିକ ଗଣମାଧ୍ୟମର ପ୍ରତିନିଧି ରମାକାନ୍ତ ନାୟକ ମଧ୍ୟ ଉତ୍ତ୍ୟକ୍ତ ଯୁବକମାନଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଏ ନେଇ ପୁଲିସରେ ଅଭିଯୋଗ କରାଯିବା ପରେ ପୁଲିସ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।

By amfnews

Related Post