Sat. Mar 7th, 2026

ସାମ୍ନାରେ ଟ୍ରେନ୍‌ ଆସୁଥିବା ଦେଖି ରେଳଧାରଣାରେ ଶୋଇପଡ଼ିଲେ ମହିଳା ଆକାଉଣ୍ଟାଣ୍ଟ, ହୃଦୟଥରା ଦୃଶ୍ୟ ଦେଖି ଲୋକେ ହେଲେ ସ୍ତବ୍ଧ

331 Views

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋ ଷ୍ଟେସନ୍‌ ଏବେ ସୁଇସାଇଡ ପଏଣ୍ଟରେ ପରିଣତ ହେବାକୁ ଯାଉଥିବା କୁହାଯାଉଛି। ଦିଲ୍ଲୀର ମଡେଲ ଟାଉନ୍‌ ମେଟ୍ରୋ ଷ୍ଟେସନ୍‌ରେ ଜଣେ ଯୁବତୀଙ୍କ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ଖେଳି ଯାଇଛି। ଆଜାଦପୁର ମେଟ୍ରୋ ଷ୍ଟେସନ୍‌ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ନେଇଛି।

ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଯାଞ୍ଚ କରିବା ପରେ ଜଣାପଡ଼ିଥିଲା କି, ୨୬ବର୍ଷର ଯୁବତୀ ଟ୍ରେନ୍‌ଟି ଦ୍ରୁତଗତିରେ ଆସୁଥିବା ସମୟରେ ରେଳଧାରଣାକୁ ଓହ୍ଲାଇ ଶୋଇପଡ଼ିଥିଲେ। ଫଳରେ ଟ୍ରେନ୍‌ଟି ତାଙ୍କ ଉପର ଦେଇ ଚାଲି ଯାଇଥିଲା। ଘଟଣାସ୍ଥଳରେ ଯୁବତୀଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତକଙ୍କ ନାମ ମୀନାକ୍ଷୀ ଗର୍ଗ ବୋଲି ଜଣାପଡ଼ିଛି। ମୀନାକ୍ଷୀ ଦିଲ୍ଲୀର ପାହାଡଗଞ୍ଜ ଅଞ୍ଚଳରେ ବସବାସ କରୁଥିବା ବେଳେ ସେ ପେସାରେ ଜଣେ ଆକାଉଣ୍ଟାଣ୍ଟ ଥିଲେ।

ପୁଲିସ ଘଟଣାସ୍ଥଳରୁ ସୁଇସାଇଡ ନୋଟ ଜବତ କରିଛି। ଯେଉଁଥିରେ ଲେଖାହୋଇଛି କି, ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି। ଏଥିସହିତ ଆତ୍ମହତ୍ୟା ନେଇ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

By amfnews

Related Post