Sat. Dec 28th, 2024

ସାମ୍ନାକୁ ଆସିଲା ସତ: ଚୀନ୍‌କୁ ମୁସ୍‌ଲିମ୍‌ ମୁୁକ୍ତ କରିବାକୁ ଚାଲିଛି ଷଡଯନ୍ତ୍ର ; ମୁସଲମାନ୍ ମହିଳାଙ୍କୁ ଗୃହବନ୍ଦୀ କରି ରଖିଯାଇଛି !

By amfnews Dec 19, 2018 #Featured
226 Views

ହୋତାନ୍‌ (ଚୀନ୍‌): ଚୀନ୍‌ରେ ବ୍ୟବସାୟ କରୁଥିବା ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ପାକିସ୍ତାନୀଙ୍କର ପତ୍ନୀଙ୍କୁ ଚୀନ୍‌ ପ୍ରଶାସନ ଅପହରଣ କରିନେଇ ବନ୍ଦୀ କରି ରଖିଛି ବୋଲି ନିକଟରେ ହୋଇଥିବା ଏକ ଅଭିଯୋଗ ପରେ ଏହି ଘଟଣା ଉପରୁ ଏବେ ପରଦା ଉଠିଛି। ଏହି ଅଭିଯୋଗ ପରିପ୍ରେକ୍ଷୀରେ ବିଶ୍ୱବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ଏହି ଘଟଣା ଉପରେ ଏବେ ପ୍ରତିକ୍ରିୟା ରଖିଛି ଚୀନ୍‌ର ବୈଦେଶିକ ବିଭାଗ।

ବୈଦେଶିକ ବିଭାଗର ଜନୈକ ପ୍ରବକ୍ତା କହିଛନ୍ତି ଯେ ପାକିସ୍ତାନୀମାନଙ୍କର ଚୀନା ପତ୍ନୀମାନଙ୍କୁ ଚୀନ୍‌ ସରକାର ଅପହରଣ କରିନାହାନ୍ତି ବରଂ ଚୀନ୍‌ର ଜିଙ୍ଗ୍‌ଜିଆଙ୍ଗ ଅଞ୍ଚଳରେ ଉଗ୍‌ହର ନାମରେ ଏକ ଯେଉଁ ସଂଖ୍ୟାଲଘୁ ମୁସଲମାନ ସଂପ୍ରଦାୟ ବସବାସ କରୁଛନ୍ତି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଚୀନ୍‌ ସରକାର ଉଦ୍ୟମରତ ଅଛନ୍ତି। ଏମାନଙ୍କୁ ଦାରିଦ୍ର୍ୟ କବଳରୁ ମୁକ୍ତି ଦେବା ସହ ଶିକ୍ଷିତ କରିବା ପାଇଁ ସରକାର ଏହି ସଂପ୍ରଦାୟର ପ୍ରାୟ ଏକ ମିଲିୟନ ଲୋକଙ୍କୁ ନେଇ ପ୍ରଶିକ୍ଷଣ ଶିବରରେ ରଖିବା ସହ ସେମାନଙ୍କୁ ବିଭିନ୍ନ ପ୍ରକାରର ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରୁଛନ୍ତି। ଏବଂ ଏମାନଙ୍କ ଦ୍ୱାରା ପ୍ରସ୍ତୁତ ଜୋତା ଠାରୁ ଆରମ୍ଭ କରି ଲୁଗା ପର୍ଯ୍ୟନ୍ତରେ ବିଭିନ୍ନ ସାମଗ୍ରୀ ବିଦେଶକୁ ରପ୍ତାନି କରାଇ ଏମାନଙ୍କୁ ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ କରାଇବା ପ୍ରଚେଷ୍ଟାରେ ରହିଛନ୍ତି ବୋଲି ଚୀନ୍‌ ବୈଦେଶିକ ବିଭାଗ ପ୍ରବକ୍ତା କହିଛନ୍ତି। ଏବଂ ଏସଂପର୍କରେ ଆଉ କିଛି ଅଧିକ ତଥ୍ୟ ଦେବାକୁ ମନା କରି ଦେଇଛନ୍ତି।

ତେବେ, ଚୀନ୍‌ ବୈଦେଶିକ ବିଭାଗ ପ୍ରବକ୍ତାଙ୍କର ଏ ସ୍ୱାକାରୋକ୍ତି ସଂପୂର୍ଣ୍ଣ ସତ୍ୟ ନଥିବା ଅନୁସନ୍ଧାନରୁ ଜାଣିବାକୁ ମିଳିଛି। ଏକାଧିକ ଅନ୍ତର୍ଜାତିକ ଗଣମାଧ୍ୟମ ସଂସ୍ଥା ଘଟଣା ପଛର ରହସ୍ୟକୁ ଉନ୍ମୋଚନ କରିବା ପାଇଁ ପୂରା ଘଟଣା ଉପରେ ଅନୁସନ୍ଧାନ ଚଳାଇ ଯେଉଁ ସତ୍ୟ ସାମନାକୁ ଆଣିଛନ୍ତି, ତା’ହେଲା, ବର୍ତ୍ତମାନ ଚୀନ୍‌ ସରକାର ଆଉ ଚୀନ୍‌ରେ ମୁସଲମାନ ସଂପ୍ରଦାୟର ସଂଖ୍ୟା ବିସ୍ତାର କରିବାକୁ ଚାହୁଁନାହାନ୍ତି। ସେଥିପାଇଁ ଚୀନ୍‌ରେ ଯେଉଁ ଉଗ୍‌ହାର ମୁସଲମାନ ସଂପ୍ରଦାୟ ଥିଲେ ସେମାନଙ୍କର ଧର୍ମ ପରିବର୍ତ୍ତନ କରାଇ ସେମାନଙ୍କର ଧର୍ମାନ୍ତରୀକରଣ କରାଇବା ପ୍ରଚେଷ୍ଟାରେ ରହିଛନ୍ତି। ସେଥିପାଇଁ ଚୀନ୍‌ର ପଶ୍ଚିମରେ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ଶିବିର ପ୍ରତିଷ୍ଠା କରି ତା’ମଧ୍ୟରେ ଚୀନ୍‌ର ମୁସଲମାନମାନଙ୍କୁ ଏକରକମ ଗୃହବନ୍ଦୀ କରି ରଖିଛନ୍ତି। ଏବଂ ଧନ୍ଦାମୂଳକ ଶିକ୍ଷା ନାମରେ ସେମାନଙ୍କ ହାତରେ ବିଭିନ୍ନ ପ୍ରକାରର ସାମଗ୍ରୀ ପ୍ରସ୍ତୁତ କରାଇ ସେସବୁକୁ ବିଦେଶକୁ ରପ୍ତାନି କରୁଛନ୍ତି। ଆଉ କେହି ଯେପରି ଏମାନଙ୍କ ସହ ନମିଶୁ ବା ଏମାନଙ୍କର ବାହାର ଦୁନିଆ ସହ କୌଣସି ପ୍ରକାରର ସଂପର୍କ ନରହୁ ସେଥିପାଇଁ ପ୍ରତି ଶିବିରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି କ୍ୟାମେରା ଲଗାଇ ଏମାନଙ୍କର ପ୍ରତିଟି ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

By amfnews

Related Post