Mon. Dec 23rd, 2024

ସାମୁହିକ ଅ।।ଚାର୍ଯ୍ୟ ପ୍ର୍ରଶିକ୍ଷଣ ଶିବିର

208 Views

କାମାକ୍ଷାନଗର : ଢେଙ୍କାନାଳ ଜଲ୍ଲା କାମାକ୍ଷାନଗର ଉପଖଣ୍ଡ ଭୁବନ ବ୍ଳକ ମାର୍ଥାପୁର ପଞ୍ଚାୟତ  ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ରେ ଗତ ୨୮ ତାରିଖରୁ ୧ ତାରିଖ ୪ ଦିନ ଧରି ସାମୁହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଛି । ଏହି ପ୍ରଶିକ୍ଷଣ ଶିବିରରେ ୯ ଟି ଶିଶୁମନ୍ଦିର ରୁ ୧୨୫ ଜଣ ଗୁରୁଜୀ ,ଗୁରୁମା ଯୋଗ ଦେଇଛନ୍ତି ।

ପ୍ରଶିକ୍ଷଣ ଶିବିରର ଉଦ୍ଘାଟନ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ମାର୍ଥାପୁର ପଞ୍ଚାୟତ ସରପଞ୍ଚ ସଞୟ କୁମାର ଦାଶ , ମୁଖ୍ୟବକ୍ତା ଭାବେ ଢେଙ୍କାନାଳ ର ବିଭାଗ ପ୍ରମୁଖ ଶଶିଭୁଷଣ ବେହେରା ,ସଙ୍କୁଳ ସଂଯୋଜକ ଗୈାର ଚନ୍ଦ୍ର ନନ୍ଦ, ଶିଶୁମନ୍ଦିର ର ସମ୍ପାଦକ  ହରିହର ଦାଶ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ କହିଥିଲେ ମା ହେଉଛି ଶିଶୁର ପ୍ରଥମ ଶିକ୍ଷକ ଏବଂ ଶିକ୍ଷକ ହେଉଛି  ଶିଶୁର ଦ୍ୱିତୀୟ ମା ଏହ ଭାବରେ ଶିଶୁ ର ଯଦି ଯତ୍ନ ନିଆଯାଏ ତେବେ ଶିଶୁ ଟି ଠିକ୍ ଭାବରେ ପରିପକ୍ୱ ହେବା ଶହ ଦେଶ ର ପ୍ରଗତି ରେ ପ୍ରମୁଖ ଭୁମିକା ଗ୍ରହଣ କରିଥାଏ ।

ମୁଖ୍ୟବକ୍ତା ଶ୍ରୀ ବେହେରା ନିଜର ବକ୍ତବ୍ୟ ରେ ଶିଶୁ ମାନଙ୍କର ମାନସିକ, ଶାରରୀକ,ବୈାଦ୍ଧିକ ତଥା ଆଧ୍ୟାତ୍ମିକ ଦକ୍ଷତା ବୃଦ୍ଧି ଦିଗରେ ଶିକ୍ଷକ ମାନଙ୍କର ଭୁମିକା ସର୍ବାଗ୍ରେ । ତେଣୁ ଶିକ୍ଷକମାନେ ନିଜର ଦାୟିତ୍ୱକୁ ଠିକ୍ ଭାବେ ବୁଝି ସମ୍ପାଦନ କଲେ ଶିଶୁମାନଙ୍କର ଦକ୍ଷତା ବୃଦ୍ଧି ହେବା ସହ ବିଶ୍ୱ ଦରବାରରେ ଦେଶର ନାମକୁ ଉଜ୍ୱଳ କରିପାରିବେ । କାର୍ଯ୍ୟକ୍ରମ ଶେଷରେ ଶିଶୁମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ବିପିନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Related Post