Thu. Jan 23rd, 2025

ସାମାଜିକ କାର୍ଯ୍ୟକ୍ରମର ପରିବ୍ୟାପ୍ତ ପାଇଁ ଜନସାଧାରଣଙ୍କ ସହଯୋଗ ଆବଶ୍ୟକ – ବିଧାୟକ : ସେକ୍ଟର-୩ ଦୁର୍ଗାପୂଜା କମିଟି ପକ୍ଷରୁ ବୃକ୍ଷ ରୋପଣ

rklsanchar@gmail.com' By J.N. Pradhan Jul 24, 2018 #Featured
242 Views

ରାଉରକେଲା, ୨୪/୭ : ଜନସାଧାରଣଙ୍କ ସହଯୋଗ ଓ ସମର୍ଥନ ଯୋଗୁଁ ରାଜ୍ୟର ପ୍ରତ୍ୟେକ ଅଞ୍ଚଳର ପ୍ରଗତିଧାରା ତ୍ୱାରାନ୍ୱିତ ହୋଇଛି । ଯେକୌଣସି ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ସାମାଜିକ କାର୍ଯ୍ୟକ୍ରମର ପରିବ୍ୟାପ୍ତ ପାଇଁ ପ୍ରତ୍ୟେକ ସାମାଜିକ ସଙ୍ଗଠନର ସଦସ୍ୟମାନଙ୍କ ନିଷ୍ଠାପର ଉଦ୍ୟମ ସହ ଜନସାଧାରଣଙ୍କ ସକ୍ରିୟ ସହଯୋଗ ଓ ସମର୍ଥନ ଆବଶ୍ୟକ ବୋଲି ରଘୁନାଥପାଲି ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ସୁବ୍ରତ ତରାଇ ମତବ୍ୟକ୍ତ କରିଛନ୍ତି । ଗତକାଲି ସେକ୍ଟର-୩ ଦୁର୍ଗାପୂଜା କମିଟି ପକ୍ଷରୁ ବନମହୋତ୍ସବ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦୁର୍ଗାପୂଜା କମିଟି ସଭାପତି ପ୍ରଦୀପ କୁମାର ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ସଭାରେ ବିଧାୟକ ଶ୍ରୀ ତରାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ, ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରତି ବର୍ଷ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ସାମାଜିକ କାର୍ଯ୍ୟକ୍ରମ କରାଯାଉଥିବାରୁ ଆୟୋଜିକ ସଦସ୍ୟମାନଙ୍କୁ ସାଧୁବାଦ ଜଣାଇଥିଲେ । ଏଥିସହ କହିଲେ ଯେ, ପ୍ରତ୍ୟେକ ମଣିଷ ନିରୋଗ ରହିବା ପାଇଁ ସ୍ୱାସ୍ଥ୍ୟକର ପରିବେଶ ଆବଶ୍ୟକ । ସ୍ୱାସ୍ଥ୍ୟକର ପରିବେଶ ସହ ନିଜ ଅଞ୍ଚଳକୁ ସବୁଜ ସୁନ୍ଦର ରଖିବା ପାଇଁ ସ୍ଥାନୀୟ ଅଞ୍ଚଳ ଜନସାଧାରଣଙ୍କ ଆନ୍ତରିକ ସହଯୋଗ ଆବଶ୍ୟକ ।

ଏଥିପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ । କମିଟି ସଭାପତି ଶ୍ରୀ ସିଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ବିଜେଡି ନଗର ସଭାପତି ସୁଧୀର ସୁନ୍ଦରରାୟ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ବିଧାୟକ ଶ୍ରୀ ତରାଇ ପ୍ରଥମେ ଚାରା ରୋପଣ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । କମିଟି ସଦସ୍ୟମାନେ ବର୍ଷା ସତ୍ତେ୍ୱ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏଚ୍ ବ୍ଲକ୍ ଦୁର୍ଗାପୂଜା ପଡିଆରେ ଚାରା ରୋପଣ କରିଥିଲେ ।

କାର୍ଯ୍ୟକ୍ରମ ପରିଚାଳନାରେ ଦୁଃଖ କିସାନ ସକ୍ରିୟ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କମିଟି ସମ୍ପାଦକ ଅର୍ଜୁନ ମହାରଣା, ବିଜେଡି ବରିଷ୍ଠ ସଦସ୍ୟ ଗମେଶ୍ୱର ରାୟ, ସୁଜିତ ସ୍ୱାଇଁ, ଶରତ ବିଶ୍ୱାଳ, ସତ୍ୟନାରାୟଣ ସାହୁ, ମନୁ ସାମଲ, ପର୍ଶୁରାମ ପାତ୍ର, ଅଞ୍ଜଳି ପାତ୍ର, ତୁଷାର ଜେନା, ପ୍ରଭାତ ସାହୁ, ଅଶୋକ ବଳ, ଅମର ଖଟୁଆ, ଟୁନା ବିଶ୍ୱାଳ, ଶ୍ରୀନିବାସ ରାଓ, ବିକାଶ ଚୌଧୁରୀ, ମଧୁସୂଦନ ନାୟକ, ଅମର ତନ୍ତୀ, ସୀତାରାମ ଶାହା, ପବିତ୍ର ଲେଙ୍କା, ଦିଲୀପ ବୁଦ୍ଧଦେବ, ସନ୍ତୋଷ ପାତ୍ର, ପ୍ରଶାନ୍ତ ବିଶ୍ୱାଳ, କ୍ଷୀରୋଦ ପାତ୍ର ଓ ଦତ୍ତତ୍ରେୟ ରାଉତଙ୍କ ସମେତ ସ୍ଥାନୀୟ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Related Post