Sun. Jun 8th, 2025

ସାବରିମାଲା ବିବାଦ: ଦର୍ଶନ ଲାଗି ନାରୀନେତ୍ରୀଙ୍କୁ ମିଳିଲା ଅନୁମତି

By amfnews Nov 19, 2018 #Featured
141 Views

ତିରୁବନନ୍ତପୁରମ, ନଭେମ୍ବର ୧୯: ପର୍ବତ ଶିଖରରେ ପ୍ରାର୍ଥନା ସାରି ଫେରି ଆସିବେ ବୋଲି ପ୍ରତିଶ୍ରୁତି ଦେବାରୁ ହିନ୍ଦୁ ଐକ୍ୟ ବେଦିର ନେତ୍ରୀ କେ ପି ଶଶିକଳାଙ୍କୁ ପାମ୍ବା ବେସ୍‌ କ୍ୟାମ୍ପ୍‌କୁ ଯିବା ଲାଗି ଅନୁମତି ମିଳିଛି। ଶିଖରସ୍ଥିତ ମନ୍ଦିରରେ ସେ ଡେରା ପକାଇବେ ନାହିଁ ବୋଲି ଲିଖିତି ପ୍ରତିଶ୍ରୁତି ଦେବା ଲାଗି ତାଙ୍କୁ କୁହାଯାଇଥିଲା। ଲିଖିତ ପ୍ରତିଶ୍ରୁତି ଦେବା ପରେ ହିଁ ତାଙ୍କୁ ଅନୁମତି ମିଳିଥିବା କଥା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଯତିଶ ଚନ୍ଦ୍ର କହିଛନ୍ତି।

ହିନ୍ଦୁ ଐକ୍ୟ ବେଦିର ନେତ୍ରୀ କେ ପି ଶଶିକଳାଙ୍କୁ ଅଦାଲତ ଦର୍ଶନ ସକାଶ ଅନୁମତି ଦେବାରୁ ସେ ମନ୍ଦିର ଆଡ଼କୁ ଅଗ୍ରସର ହୋଇ ଏବଂ ନିଲକ୍କାଲ ବେସ୍‌ କ୍ୟାମ୍ପ୍‌ରେ ଅଟକା ଯାଇଥିଲେ।

ନିଷିଦ୍ଧାଦେଶ ଅମାନ୍ୟ କରିବାରୁ ଶୁକ୍ରବାର ରାତିରେ ତାଙ୍କୁ ଅଟକ ରଖାଯାଇଥିଲା।

ପୁଲିସର ମାତ୍ରାଧିକ ସ୍ୱେଚ୍ଛାଚାର ବିରୋଧରେ ରାଜ୍ୟବ୍ୟାପୀ ପ୍ରତିବାଦକୁ ତୀବ୍ରତର କରିବା ନିମନ୍ତେ ସୋମବାର ଦିନ ବିଜେପି ଯୁବ ସଂଗଠନ ଯୁବମୋର୍ଚା ଏକଦିବସୀୟ ଆନ୍ଦୋଳ ଚଳାଇବ।ସାବରିମାଲା ମନ୍ଦିର ଠାରେ କିଛି ଲୋକଙ୍କୁ ଅଟକ ରଖାଯିବା ଘଟଣାକୁ ପ୍ରତିବାଦ କରି ରବିବାର ରାତିରେ କେରଳର ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ୍‌ଙ୍କ ଆବାସିକ କାର୍ଯ୍ୟାଳୟ ବାହାରେ ବହୁସଂଖ୍ୟକ ବିଜେପି ଏବଂ ଆର୍‌ଏସ୍‌ଏସ୍‌ କର୍ମୀ ସମବେତ ହୋଇଥିଲେ।

By amfnews

Related Post