Sun. Apr 20th, 2025

ସାବଧାନ! କ୍ଷୀର ସହ ଖାଆନ୍ତୁ ନାହିଁ ଏହି ସବୁ ଜିନିଷ; ପଡ଼ିପାରନ୍ତି ରୋଗରେ

By amfnews Oct 17, 2018 #Featured
254 Views

କ୍ଷୀର ସ୍ୱାସ୍ଥ୍ୟ ପାଇଁ ହିତକାରକ ହୋଇଥାଏ। କିନ୍ତୁ ଏମିତି କିଛି ଜିନିଷ ରହିଛି ଯାହା ସହ କ୍ଷୀର ଖାଇବା ଦ୍ୱାରା ଚର୍ମ ଜନିତ ରୋଗ, ଗ୍ୟାସ୍‌, ବଦ୍‌ହଜମି ସମସ୍ୟା ଆଦି ହୋଇଥାଏ। ଆସନ୍ତୁ ଜାଣିବା ସେହି ସବୁ ଜିନିଷ ବିଷୟରେ ଯାହା କ୍ଷୀର ସହିତ ଖାଇଲେ କ୍ଷତିକାରକ ହୋଇଥାଏ।

 

ଲୁଣି ଜିନିଷ କିମ୍ବା ଚିପ୍ସ୍‌

କ୍ଷୀର ସହିତ ଲୁଣି ଖାଦ୍ୟଦ୍ରବ୍ୟ କିମ୍ବା ଚିପ୍ସ୍‌ ଆଦି ଜିନିଷ ଖାଇବା ଦ୍ୱାରା କ୍ଷୀରରେ ଥିବା ପ୍ରୋଟିନ୍‌ ମିଳି ନ ଥାଏ ଓ ଚର୍ମ ରୋଗ ହେବାର ଆଶଙ୍କା ମଧ୍ୟ ଦେଖା ଦେଇଥାଏ।

 

ପିଆଜ
କ୍ଷୀର ସହିତ ପିଆଜ କିମ୍ବା ପିଆଜ ଖାଇବାର ପ୍ରାୟ ଠିକ୍‌ ପରେ କ୍ଷୀର ପିଇବା ଦ୍ୱାରା ଏଗଜିମା ଓ ଅନ୍ୟ ରୋଗ ହେବାର ଆଶଙ୍କା ସୃଷ୍ଟି ହୋଇଥାଏ।

 

ଲଙ୍କା
ଲଙ୍କା କିମ୍ବା ଲଙ୍କାରେ ତିଆରି ହୋଇଥିବା କିଛି ଜିନିଷ କ୍ଷୀର କିମ୍ବା କ୍ଷୀରରେ ତିଆରି ହୋଇଥିବା ଜିନିଷ ସହିତ ମିଶାଇ ଖାଇଲେ ଏସିଡିଟି, ପେଟ ବିନ୍ଧା, ଗ୍ୟାସ୍‌ ଏବଂ ବାନ୍ତି ହେବାର ଆଶଙ୍କା ହୋଇଥାଏ।

 

ମାଛ
କ୍ଷୀର ସହିତ ମାଛ ଖାଇବା ଦ୍ୱାରା ପେଟରେ ଗ୍ୟାସ୍‌ ହେବା ସହ ଚର୍ମରେ ଏଲର୍ଜି ହେବାର ଆଶଙ୍କା ବଢ଼ିଥାଏ।

 

ଲେମ୍ବୁ
ଲେମ୍ବୁ କିମ୍ବା ଖଟା ଜିନିଷ ଖାଉଥିଲେ ଏକ ଘଣ୍ଟା ଯାଏଁ କ୍ଷୀର ପିଇବା ଅନୁଚିତ। ନ ହେଲେ ଗ୍ୟାସ୍‌ କିମ୍ବା ଏସିଡିଟି ହେବାର ଆଶଙ୍କା ବଢ଼ିଯାଏ।s

By amfnews

Related Post