Sun. Mar 8th, 2026

ସାବଧାନ! ଏହି ଭୁଲ କରିଛନ୍ତି କି, ଯେକେହି ବି ଆପଣଙ୍କ ହ୍ଵାଟସ୍‌ ଆପ୍‌ ଚାଟ୍‌ ପଢ଼ି ପାରିବ

309 Views

ନୂଆଦିଲ୍ଲୀ: ଯଦି ଆପଣ ପୂର୍ବରୁ କୌଣସି ମୋବାଇଲ୍‌ ନମ୍ବରରେ ହ୍ଵାଟସ୍‌ ଆପ୍‌ ଚଳାଉଥିଲେ ଓ ଏବେ ସେହି ନମ୍ବର ବନ୍ଦ କରିଦେଇଛନ୍ତି। ଅର୍ଥାତ୍‌ ଆପଣ ସେହି ପୁରୁଣା ନମ୍ବର ବ୍ୟବହାର କରୁ ନାହାନ୍ତି କିମ୍ବା ବନ୍ଦ କରି ଦେଇଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ। ଆପଣଙ୍କ ବ୍ୟକ୍ତିଗତ ହ୍ଵାଟସ୍‌ ଆପ ଚାଟ୍‌ ବିପଦରେ ଅଛି। ଏହି ଚାଟ୍‌ ଅନ୍ୟ ଜଣେ ପଢ଼ି ପାରିବାର ଅନେକ ଆଶଙ୍କା ରହିଛି। ଏହା ଦୁଲର୍ଭ ହ୍ଵାଟସ ଆପ୍‌ ବଗ କାରଣରୁ ସମ୍ଭବ ହୋଇଛି ବୋଲି Piunikawebର ଟିମ୍‌ ପକ୍ଷରୁ ପ୍ରକାଶ।

Piunikawebର ଟିମ୍‌ କହିବା ଅନୁଯାୟୀ, ଯଦି ଆପଣଙ୍କ ପୁରୁଣା ମୋବାଇଲ୍‌ ନମ୍ବର ଅନ୍ୟ କୌଣସି ବ୍ୟକ୍ତିଙ୍କୁ ମିଳୁଛି। ଏବଂ ସେ ଯଦି ଏହି ନମ୍ବରରେ ହ୍ଵାଟସ୍‌ ଆପ୍‌ ଚାଲୁ କରୁଛନ୍ତି, ତେବେ ଆପଣଙ୍କ ପୁରୁଣା ଚାଟ ପ୍ଲେସ୍‌ ଟ୍ୟାକ୍ସଟ୍‌ରେ ଆସିପାରେ।

By amfnews

Related Post