Mon. Dec 23rd, 2024

ସାପ୍ତାହିକ ହାଟ ଖୋଲିବାକୁ ଅନୁମତି ମାଗି କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ସିସୋଦିଆ

By amfnews Aug 2, 2020 #Featured
836 Views

ନୂଆଦିଲ୍ଲୀ, ଅଗଷ୍ଟ ୦୨ : ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଛନ୍ତି । ଏଥିରେ ସେ ହୋଟେଲ ଓ ସାପ୍ତାହିକ ବଜାର ଖୋଲିବାକୁ ଉପରାଜ୍ୟପାଳ ଅନିଲ ବୈଜଲଙ୍କୁ ଅନୁମତି ଦେବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଉଲ୍ଲେଖ କରିଛନ୍ତି ।

ସିସୋଦିଆଙ୍କ ଚିଠି ପୂର୍ବରୁ ରାଜ୍ୟପାଳ ରାଷ୍ଟ୍ରୀୟ ରାଜଧାନୀରେ ହୋଟେଲ ଏବଂ ସାପ୍ତାହିକ ବଜାର ପୁଣି ଥରେ ଖୋଲିବା ନେଇ ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ନିଷ୍ପତ୍ତିକୁ ଖାରଜ କରିଦେଇଥିଲେ । ରାଜ୍ୟପାଳ କହିଥିଲେ, କୋଭିଡ-୧୯ ଯୋଗୁଁ ଉପୁଜିଥିବା ସଂକଟ ଏବେବି ଚିନ୍ତାଜନକ ଏବଂ କୌଣସି ବିପଦ ଟଳି ନାହିଁ ।

ଚିଠିରେ ଉପମୁଖ୍ୟମନ୍ତ୍ରୀ ଦିଲ୍ଲୀ ସରକାର ହୋଟେଲ ଏବଂ ସାପ୍ତାହିକ ବଜାରକୁ ଖୋଲିବାର ପ୍ରସ୍ତାବକୁ ମଙ୍ଗଳବାର ପୁଣି ଥରେ ରାଜ୍ୟପାଳଙ୍କ ନିକଟକୁ ପଠାଇବ । ସିସୋଦିଆ କହିଛନ୍ତି ଯେ, ମୋର ଅନୁରୋଧ ଯେ, ଆପଣ ଉପରାଜ୍ୟପାଳଙ୍କୁ ପ୍ରସ୍ତାବ ଅସ୍ୱୀକାର ନକରିବାକୁ କୁହନ୍ତୁ । ବ୍ୟବସାୟୀ ବେପାର କଲେ ରୋଜଗାର ଉତ୍ପନ୍ନ ହେବ ଏବଂ ଆର୍ଥିକ ସ୍ଥିତି ସୁଧୁରିବ ।

By amfnews

Related Post