Sun. Jun 8th, 2025

ସାନ ଭାଇକୁ ଗୁଳି ମାରିଲା ବଡ଼ ଭାଇ

By amfnews Sep 29, 2019 #Featured
143 Views

ଢେଙ୍କାନାଳ  : ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବେଲଟିକିରି ଗାଁରେ ଜଣେ ବ୍ୟକ୍ତି ତାଙ୍କ ସାନ ଭାଇଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି। ଫଳରେ ତାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କ ନାଁ  ବିଭୁ ବେହେରା। ଆଉ ତାଙ୍କ ବଡ଼ ଭାଇଙ୍କ ନାଁ ମିଲୁ ବେହେରା।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ଦଶଟା ବେଳେ ବିଭୁ ପ୍ରଥମେ ମିଲୁଙ୍କ ଉପରକୁ ବୋମା ପକାଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ମିଲୁ ତାଙ୍କ ଉପରକୁ ଗୁଳି ଚଲାଇଥିଲା। ବିଭୁଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।  ସଦର ଥାନା ପୁଲିସ୍‌ ଘଟଣାର ତଦନ୍ତ କରୁଛି। ପାରିବାରିକ କଳହରୁ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

By amfnews

Related Post