Sat. Mar 7th, 2026
277 Views

ପୁରୀ: ଶ୍ରୀମନ୍ଦିର ଚାରିପଟୁ ଚାଲିଥିବା କୋଠାବାଡ଼ି ଉଚ୍ଛେଦ ଅଭିଯାନରେ ବୁଧବାର ପୂର୍ବାହ୍ନରେ ଦୋଳବେଦୀ କୋଣରେ ଥିବା ସାନଛତା ମଠ ଭଙ୍ଗା ଆରମ୍ଭ ହୋଇଛି।

ଏହା ପୂର୍ବରୁ ଆଜି ଶ୍ରୀମନ୍ଦିର ସମ୍ମୁଖରେ ଥିବା ମଙ୍ଗୁମଠର ମନ୍ଦିରଟିକୁ ଛାଡ଼ି ବାକି କୋଠାବାଡ଼ିଗୁଡ଼ିକର ଉଚ୍ଛେଦ କାର୍ଯ୍ୟ ଶେଷ କରାଯାଇଛି। ଉଚ୍ଛେଦ କାର୍ଯ୍ୟରେ ଦୁଇଟି ଜେସିବି ନିୟୋଜିତ କରାଯାଇଛି। ଘଟଣାସ୍ଥଳରେ ଉପଜିଲ୍ଲାପାଳ ଓ ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଉପସ୍ଥିତ ରହି ଉଚ୍ଛେଦ କାର୍ଯ୍ୟ ତଦାରଖ କରୁଛନ୍ତି।

ଦୋଳମଣ୍ଡପ ସାହି, କାକୁଡ଼ିଖାଈ ଛକ, ଗ୍ରାଣ୍ଡ୍‌ ସେଣ୍ଟର୍‌ ସମ୍ମୁଖ, ଦୋଳବେଦୀ କୋଣ, ଲକ୍ଷ୍ମୀ ବଜାର ଆଦି ଅଞ୍ଚଳର ରାସ୍ତାଘାଟକୁ ସିଲ୍‌ କରିଦିଆଯାଇଛି। ଏସବୁ ରାସ୍ତାରେ ସାଧାରଣ ଜନତା ଓ ଗାଡ଼ିମଟର ଚଳାଚଳକୁ ବନ୍ଦ କରାଯିବା ସହ ଅନ୍ୟ ରାସ୍ତାରେ ଗମନାଗମନ କରିବାକୁ ନିର୍ଦେଶ ଦିଆଯାଇଛି।

By amfnews

Related Post