Tue. Nov 26th, 2024

ସାଧା ପୋଷାକରେ ଆସି ଆନ୍ଧ୍ର ପୋଲିସ ହଟହଟା

By amfnews Nov 24, 2018 #Featured
133 Views

ପାରାଦ୍ୱୀପ, ନଭେମ୍ବର ୨୪ସାଧା ପୋଷାକଧାରୀ ଆନ୍ଧ୍ର ପୋଲିସ ବଡ଼ ହଟହଟା ହେବାକୁ ପଡ଼ିଛି । ଜଣେ ୱାରେଣ୍ଟିକୁ ଧରିବାକୁ ଆସିଥିବାବେଳେ ଗ୍ରାମବାସୀଙ୍କ ଦ୍ୱାରା ବିରୋଧର ସମ୍ମୁଖୀନ ହୋଇଛନ୍ତି ପୋଲିସ ବାବୁ । ଘଟଣାଟି ଘଟିଛି ପାରାଦ୍ୱୀପ ପାରାଦୀପଗଡ଼ ଗ୍ରାମରେ । ଆନ୍ଧ୍ର ପୋଲିସଙ୍କ ବିରୋଧରେ ୱାରେଣ୍ଟିଙ୍କ ପରିବାର ପକ୍ଷରୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ କରାଯାଇଛି । ତେବେ ଲଜ୍‌ ଥାନାରେ ପହଁଚିବା ପରେ ପୋଲିସଙ୍କ ପରିଚୟ ମିଳିଛି । ଗୋଟିଏ ଚେକ୍‌ ବାଉନ୍ସ ମାମଲାରେ ପାରାଦ୍ୱୀପଗଡ଼ ଗ୍ରାମର ଜଣେ ୱାରେଣ୍ଟିଙ୍କ ଘରେ ଆନ୍ଧ୍ର ପୋଲିସର ୫ ଜଣିଆ ଟିମ୍‌ ଚଢ଼ାଉ କରିଥିଲା ।
ମାତ୍ର ସେମାନେ ସାଧା ପୋଷାକରେ ଥିବାରୁ ଗ୍ରାମବାସୀ ଚିହ୍ନି ପାରି ନ ଥିଲେ । ଫଳରେ କୌଣସି ଦୁର୍ବୃତ୍ତଭାବି ପୋଲିସଙ୍କୁ ବିରୋଧ କରାଯାଇଥିଲା । ସେମାନଙ୍କୁ ଲଜ୍‌ ଥାନାକୁ ନିଆଯିବା ପରେ ପ୍ରକୃତ ପରିଚୟ ମିଳିଥିଲା । ତେବେ ଘର ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ୱାରେଣ୍ଟିଙ୍କ ପରିବାର ପକ୍ଷରୁ ୫ ଜଣ ଆନ୍ଧ୍ର ପୋଲିସଙ୍କ ବିରୋଧରେ ଲଜ୍‌ ଥାନାରେ ଏତଲା ଦିଆଯାଇଛି । ଅନ୍ୟପକ୍ଷରେ ଆନ୍ଧ୍ର ପୋଲିସ ପକ୍ଷରୁ ମଧ୍ୟ ୱାରେଣ୍ଟିଙ୍କ ବିରୋଧରେ ପାଲଟା ଅଭିଯୋଗ କରାଯାଇଥିବା ସୂଚନା ମିଳିଛି ।  

By amfnews

Related Post