Wed. Dec 25th, 2024

ସାଧାରଣ ଲୋକଙ୍କ ହାତମୁଠାରେ ଦୁନିଆ; ରାଜୀବଙ୍କ ଅବଦାନ : ବ୍ଲକ୍ କଂଗ୍ରେସ

By amfnews Aug 21, 2018 #Featured
196 Views

ରାଉରକେଲା, ୨୧ା୮ : ବ୍ଲକ୍ କଂଗ୍ରେସ କମିଟି ୩ ତରଫରୁ ସଭାପତି ସୁନୀଲ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ନିଖିଳ ଭାରତ କଂଗ୍ରେସ କମିଟିର ସଭାପତି ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ୭୪ ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଦିବଂଗତ ନେତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଟ୍ରାଫିକ୍ ଗେଟ୍ ସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ବିଶେଷ ଭାବେ ପ୍ରଦେଶ କଂଗ୍ରେସ କମିଟି ସଭ୍ୟ ରାମାନନ୍ଦ ଶ୍ରୀଚନ୍ଦନ ରାଜୀବ ଗାନ୍ଧି ତାଙ୍କ ଜୀବଦଶା ଭିତରେ ଭାରତ ବର୍ଷ ପାଇଁ କରିଯାଇଥିବା ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ ।

ବିଶେଷ ଭାବେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀ ଏକବିଂଶ ଶତାବ୍ଦୀରେ ଭାରତକୁ ବିଶ୍ୱରେ ଏକ ଶାକ୍ତିଶାଳୀ ତଥା ବିକଶିତ ରାଷ୍ଟ୍ର ଭାବେ ପ୍ରତିଷ୍ଠା କରିବାର ଲକ୍ଷ୍ୟନେଇ ଉଦ୍ୟମ ଆରମ୍ଭ କରିଥିଲେ । ଯୁବକମାନଙ୍କୁ ରାଜନୈତିକ ପ୍ରକ୍ରିୟାରେ ସାମିଲ କରି ସାଧାରଣ ଲୋକଙ୍କ ହାତରେ କ୍ଷମତା ଦେବା ପାଇଁ କାର୍ଯ୍ୟକ୍ରମ ହାତକୁ ନେବା ସହ ବିଦେଶରୁ ଉନ୍ନତ ବୈଷୟିକ ଜ୍ଞାନକୌଶଳ ଆଣି ଦେଶରେ ସୂଚନା ଓ ପ୍ରଯୁକ୍ତି ବିଜ୍ଞାନର ବିକାଶରେ ଏକ ବୈପ୍ଳବିକ ପରିବର୍ତ୍ତନ କରିପାରିଥିଲେ ।ଆଜି ସାଧାରଣ ଲୋକେ ନିଜ ହାତ ମୁଠାରେ ଥିବା ମୋବାଇଲ ଫୋନ ଜରିଆରେ ସାରାବିଶ୍ୱର ପ୍ରତ୍ୟେକଟି କଥା ଜାଣିବାକୁ ସକ୍ଷମ ହେବା ରାଜୀବଜୀଙ୍କ ଅବଦାନ ବୋଲି ୭୪ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ବ୍ଲକ୍ କଂଗ୍ରେସ ତରଫରୁ କୁହାଯାଇଛି ।

ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ପିସିସି ସଭ୍ୟ ଦେବବ୍ରତ ବିହାରୀ, ବ୍ଲକ୍ କଂଗ୍ରେସ ସଭାପତି ସରୋଜ ଜେନା, ସେବାଦଳ ମୁଖ୍ୟ ସଂଗଠକ ବିନୋଦ ଚନ୍ଦ୍ର ରାଉତ, ଓବିସି ଅଧ୍ୟକ୍ଷ କୈଳାସ ସାହୁ, ମତ୍ସ୍ୟଜୀବି କଂଗ୍ରେସ ଅଧ୍ୟକ୍ଷ ସିଦେ୍ଧଶ୍ୱର ମଲ୍ଲିକ, ବରିଷ୍ଠ କଂଗ୍ରେସ ନେତା ପ୍ରକାଶ ଜେନା, ପ୍ରଦୀପ ସାହୁ, ଅରୁଣ ଜୟପୁରିଆ, ସୁଧୀର ନାଥ, ସୁବଳ ବାସୁରୀ, ଟୁକୁ ଦାସ, ମଧୁସୂଦନ ନାୟକ, ତୁଳସୀ ନାଗ, ନାରୀନେତ୍ରୀ ବିନ୍ଦ୍ରା ପ୍ରସାଦ, ସେବକ ଷଣ୍ଢ, ରତିକାନ୍ତ ମଲ୍ଲିକ, ଶିବୁ ଓରାମ, କଳ୍ପତରୁ ପଣ୍ଡା, ମୋତିଲାଲ ସାହୁ, ରାଜଶେ ସାହୁ, ଏମ୍ଡି ଫଇମ୍, ଏମ୍ଡି ପପୁ, ଏମ୍ଡି ରିଙ୍କୁ, ଏମ୍ ଅସଲମ୍, ପବନ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

By amfnews

Related Post