Sun. Mar 8th, 2026

ସାଧାରଣବର୍ଗଙ୍କ ପାଇଁ ୧୦% ଆରକ୍ଷଣ ଜିଲା ଯୁବମୋର୍ଚ୍ଚାର ସ୍ୱାଗତ ଓ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ

294 Views

ରାଉରକେଲା, ଜାନୁଆରୀ ୧୩  : ଭାରତୀୟ ଜନତା ଯୁବମୋର୍ଚ୍ଚା ପାନପୋଷ ସାଙ୍ଗଠନିକ ଜିଲା ତରଫରୁ ଆଜି କର୍ପୋରେସନ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଯୁବ କର୍ମକର୍ତ୍ତା ସାଧାରଣ ବର୍ଗଙ୍କ ପାଇଁ ୧୦% ଆରକ୍ଷଣ ଘୋଷଣା କରିଥିବାରୁ ଏହାକୁ ସ୍ୱାଗତ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞାତା ଜ୍ଞାପନ କରାଯାଇଛି । ସ୍ୱାଧୀନତାର ୭୨ ବର୍ଷ ପରେ ଦେଶରେ ପ୍ରଥମ ଥର ପାଇଁ ସମସ୍ତ ନାଗରିକଙ୍କୁ ସମାନ ସୁବିଧା ଦେବା ଉଦ୍ଦେଶୟରେ ସାଧାରଣ ଗରିବ ଜନତାଙ୍କ ପାଇଁ ୧୦% ସ୍ଥାନ ସଂରକ୍ଷଣ ବିଲ୍ ଉଭୟ ଗୃହରେ ପାରିତ କରିବା ସହ ସରକାରଙ୍କ ସବ୍କା ସାଥ୍ ସବ୍କା ବିକାଶ ସଂକଳ୍ପର ଉଦାହରଣ ସୃଷ୍ଟି କରିଛି ।

ଏହି ଐତିହାସିକ ନିଷ୍ପତ୍ତିକୁ ସ୍ୱାଗତ କରିବା ପାଇଁ ଜିଲା ଯୁବମୋର୍ଚ୍ଚା ସଭାପତି ଦେବେନ୍ଦ୍ର ବୀରଗଣ୍ଠିଆଙ୍କ ନେତୃତ୍ୱରେ ଧନ୍ୟବାଦ ମୋଦିଜୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲା ସାଧାରଣ ସମ୍ପାଦକ ଅରୁପ ନାୟକ, ଶ୍ରୀକାନ୍ତ ରାୟ, ଜିଲା ଯୁବମୋର୍ଚ୍ଚା ଉପସଭାପତି ହିରୋଜ ରାୟ, ଦେବେନ୍ଦ୍ର ସ୍ୱାଇଁ, ବଳରାମ ସାହୁ, ଦେବାଶିଷ ପଣ୍ଡା, ରାଜା ରାଉତ, ବିଷ୍ଣୁ ଚରଣ ସାହୁ, ଲକି ଗୁପ୍ତା, କୁନୁ ପାତ୍ର, ବିଶାଳ ନାୟକ, ସୋନୁ ସାହୁ, କିଶୋର ଲୋହାର, ବିଜୟ କୁମାର, ଗୌତମ ପାତ୍ର, ରାଜା ତନ୍ତୀ, ଅଭିଷେକ, କମଳ, ରାମ, ଭୋଳାରାମ ମୁଖୀ, ବିସାଳ ନାୟକଙ୍କ ସମେତ ଶତାଧିକ ଯୁବ କର୍ମକର୍ତ୍ତା ଉପସ୍ଥିତ ରହି ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ ।

By amfnews

Related Post