Sun. Nov 24th, 2024

ସାଧାରଣତନ୍ତ୍ର ଦିବସ: ୨୨ ପ୍ରଜ୍ଞାପନ ମେଢ଼ରେ ଦେଶଭକ୍ତିର ଆଭାସ

By amfnews Jan 26, 2019 #Featured
202 Views

ନୂଆଦିଲ୍ଲୀ, ଜାନୁଆରୀ ୨୬ : ସାଧାରଣତନ୍ତ୍ର ଦିବସ ସମାରୋହରେ ରାଜପଥରେ ହେଉଥିବା ପ୍ୟାରେଡରେ ୫୮ ଜନଜାତୀୟ ଅତିଥି, ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭାଗ ଦ୍ୱାରା ୨୨ ପ୍ରଜ୍ଞାପନ ମେଢ଼, ବିଭିନ୍ନ ସ୍କୁଲ ଦ୍ୱାରା ଦିଆଯାଇଥିବା ପ୍ରସ୍ତୁତି ଉପସ୍ଥାପନ ହେବ । ମେଢ଼ ମାଧ୍ୟମରେ ଦେଶ ଭକ୍ତିର ଆଭାସ ମିଳିବ । ଦେଶର ୭୦ତମ ସାଧାରଣତନ୍ତ୍ର ଦିବସରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ମୁଖ୍ୟ ଅତିଥି ହୋଇଛନ୍ତି । ସମାରୋହର ଆରମ୍ଭରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ଗେଟସ୍ଥିତ ଅମର ଜବାନ ଜ୍ୟୋତିରେ ଶହୀଦମାନଙ୍କୁ ପୁଷ୍ପଚକ୍ର ଚଢ଼ାଇବେ ।

ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ ରାଜ୍ୟର ମେଢ଼ ସହିତ ସାଂସ୍କୃତିକ, ଐତିହାସିକ ଏବଂ ବିକାଶ ଉପରେ ଆଧାରିତ କେନ୍ଦ୍ର ସରକାରଙ୍କ ବିଭାଗ ଦ୍ୱାରା ମେଢ ପ୍ରସ୍ତୁତ କରାଯାଇଛି । ଜାତୀୟ ପୁରସ୍କାର ପ୍ରାପ୍ତ ୨୬ ଜଣ ଶିଶୁ ମଧ୍ୟ ଖୋଲା ଜିପରେ ବସି ମେଢ଼ର ଅଂଶବିଶେଷ ହେବେ । ଗୃହମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ସାଧାରଣତନ୍ତ୍ର ଦିବସ ଅବସରରେ ୯୦ ମିନିଟ ପର୍ଯ୍ୟନ୍ତ ପ୍ୟାରେଡ ଅନୁଷ୍ଠିତ ହେବ ।

ମହାତ୍ମା ଗାନ୍ଧୀଙ୍କ ସମାଧୀକୁ ସୁରକ୍ଷା ଦେଉଥିବା କେନ୍ଦ୍ରୀୟ ଅର୍ଦ୍ଧ ସୈନିକ ବଳ (ସିଆଇଏସଏଫ) ଏଥର ୧୧ ବର୍ଷ ପରେ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ସାମିଲ ହୋଇଛି । ସିଆଇଏସଏଫର ମେଢ଼ରେ ମହାତ୍ମା ଗାନ୍ଧୀଙ୍କ ସମାଧୀ ସ୍ଥଳକୁ କିପରି ନଜର ରଖାଯାଇଛି, ତାହା ଦୃଶ୍ୟମାନ ହୋଇଛି । ଏହି ଅର୍ଦ୍ଧ ସୈନିକ ବଳ ଏଥର ସବୁର୍ଣ୍ଣ ଜୟନ୍ତୀ ପାଳନ କରୁଛି । ସେହିପରି ଭାରତୀୟ ରେଳବାଇ ୩ ବର୍ଷର ବ୍ୟବଧାନ ପରେ ସାଧାରଣତନ୍ତ୍ର ପ୍ୟାରେଡରେ ଅଂଶଗ୍ରହଣ କରୁଛି ।

By amfnews

Related Post