Sat. Apr 19th, 2025

ସାତ ବର୍ଷର ପିଲାକୁ ଜୋତାରେ ପିଟି ତା’ ଆଙ୍ଗୁଠି କାମୁଡ଼ିଲେ ଟିଉସନ୍‌ ଶିକ୍ଷକ

By amfnews Nov 19, 2018 #Featured
160 Views

ଆଲିଗଡ଼, ନଭେମ୍ବର ୧୯ : ଜଣେ ସାତ ବର୍ଷର ବାଳକକୁ ସବୁ ବିଷୟ ପଢ଼ାଇବା ନିମନ୍ତେ ନିଯୁକ୍ତ ଶିକ୍ଷକ ତାକୁ ବର୍ବରୋଚିତ ଭାବେ ମାଡ଼ ଦେଉଥିବା ଘଟନାର ସିସିଟିଭି ଫୁଟେଜ୍‌ ଏବେ ଭାଇରାଲ୍‌ ହେଉଛି।

ପ୍ରାୟ ୬ ମିନିଟର ଏହି ଭିଡିଓରେ ଦେଖା ଯାଉଛି ଜୋତାରେ ପିଟିବା ପୂର୍ବରୁ ଶିକ୍ଷକ ତା’ ଚୂଳ ଓ କାନ ଧରି ତାକୁ ଯୋର୍‌ରେ ହଲାଇ ଦେଉଛନ୍ତି। ଯନ୍ତ୍ରଣା ଓ ଭୟରେ ଚିତ୍କାର କରୁଥିବା ସେ ପିଲାଟିକୁ ଆହୁରି ମାଡ଼ ଦେବା ଲାଗି ଶିକ୍ଷକ କାଚ ଓ ଚାବି ଭଳି କିଛି ଜିନିଷ ବ୍ୟବହାର କରୁଛନ୍ତି।
ସତେ ଯେମିତି ଏତିକ ଯଥେଷ୍ଟ ହେଲା ନାହିଁ! ଶିକ୍ଷକ ତା’ପରେ ପିଲାଟିରୁ ଆଙ୍ଗୁଠି ଧରି କାମୁଡ଼ିବା ପରି ମନେହେଉଛି। ତା’ପରେ ସେ ପିଲାକୁ ପାଣି ଗିଲାସେ ଦେଇ ହସିବାକୁ କହୁଛନ୍ତି।

ସମଗ୍ର ଘଟନା ବନ୍ଦ କୋଠରିରେ ଘଟିଥିଲେ ବି ପିଲାଟିର ବାପା ଲଗାଇଥିବା ସିସିଟିଭିରେ ଏହି ବର୍ବରୋଚିତ ଦୃଶ୍ୟ ଉତ୍ତୋଳିତ ହୋଇଯାଇଥିଲା। ପୁଅର ବାପା କହନ୍ତି ଯେ କିଛି ସିସିଟିଭିରେ କିଛି ତ୍ରୁଟି ଥିବା ସମ୍ବନ୍ଧରେ ଅଭିଯୋଗ ଆସିବାରୁ ମୁଁ କାରଖାନାରୁ ଏହାକୁ କାଢ଼ି ଆଣିଥିଲି।

ସେ ଆହୁରି କହନ୍ତି: ଏ ଲୋକ ମୋ ପିଲା ପ୍ରତି ଯାହା କରିଛି, ତାହା ମୋତେ ଆଘାତ ଦେଇଛି। ମୋ ଘରେ ଗୋଟାଏ ଲୁହାଲକଡ଼ା କାରଖାନା ଥିବାରୁ କଳକବ୍‌ଜା ଶବ୍ଦ ଯୋଗୁଁ ମୋ ପୁଅର ଚିତ୍କାର କେହି ଶୁଣି ପାରି ନ ଥିଲେ। ଫୁଟେଜ୍‌ ଦେଖିବା ପରେ ସେ ତୁରନ୍ତ ଥାନାରେ ଅଭିଯୋଗ କରିଥିଲେ ବୋଲି କହନ୍ତି।

ଅଭିଯୁକ୍ତ ଶିକ୍ଷକ ଏବେ ଫେରାର ହୋଇ ଯାଇଥିଲେ ବି ଭିଡିଓ ଉଦ୍ଧାର କରାଯାଇଛି। ମାମଲା ରୁଜୁ କରାଯାଇ ସେ ଶିକ୍ଷକଙ୍କୁ ଧରିବାକୁ ଏକ ଟିମ୍‌ ଗଠନ କରାଯାଇଥିବା କଥା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଆଶୁତୋଷ ଦ୍ୱିବେଦୀ କହନ୍ତି।

By amfnews

Related Post