Sat. Mar 7th, 2026

ସାଙ୍ଗମାନେ ପରୀକ୍ଷା ଦେବାକୁ ଯାଇଥିବା ସମୟରେ ମେସ୍‌ରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

384 Views

ମାଲକାନଗିରି: ମାଲକାନଗିରି ଝାଟିମାଟି କଲୋନୀର ଏକ ମେସ୍‌ରୁ ଜଣେ ଛାତ୍ରୀଙ୍କ ମୃତଦେହ ବୁଧବାର ଅପରାହ୍ନରେ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ଜଣକ ମାଲକାନଗିରି ମହିଳା କଲେଜରେ ଯୁକ୍ତ ଦୁଇରେ ପାଠ ପଢ଼ୁଥିଲେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ମାଲକାନଗିରି ଝାଟିମାଟି କଲୋନୀରେ ଥିବା ଏହି ମେସ୍‌ରେ ୫ଜଣ ଛାତ୍ରୀ ରହୁଥିଲେ। ଆଜି ସେମାନଙ୍କ ମଧ୍ୟରୁ ୪ଜଣ ପରୀକ୍ଷା ଦେବାକୁ କଲେଜ ଚାଲି ଯାଇଥିଲେ। ମୃତ ଛାତ୍ରୀ ଜଣକଙ୍କ ମେସ୍‌ରେ ଏକାକୀ ଥିବା ତାର ସାଙ୍ଗମାନେ କହିଥିଲେ। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଛାତ୍ରୀ ମୃତ୍ୟୁର କାରଣ ଅସ୍ପଷ୍ଟ ଥିଲା।

By amfnews

Related Post