Fri. Mar 6th, 2026

ସାଇନା ନେହେଓ୍ଵାଲଙ୍କୁ ବିବାହ ଶୁଭେଚ୍ଛା ଦେଇ ଫସିଗଲେ ସଚିନ, ତାଙ୍କ ସ୍ୱାମୀଙ୍କ ଫଟୋ ଜାଗାରେ ଦେଇ ଦେଲେ ଅନ୍ୟ ଜଣଙ୍କ ଫଟୋ

368 Views

ବିବାହର ଫଟୋ ସୋସିଆଲ ମିଡିଆକୁ ଆସିବା ପରେ ସମସ୍ତେ ତାଙ୍କୁ ବିବାହର ଶୁଭେଚ୍ଛା ଦେବା ଆରମ୍ଭ କରିଥିଲେ । ସମସ୍ତଙ୍କ ମଧ୍ୟରେ ଏବେ କ୍ରିକେଟ ଦୁନିଆର ଭଗବାନ ବୋଲି କୁହାଯାଉଥିବା ସଚିନ୍‌ ତେନ୍ଦୁଲକରଙ୍କ ଶୁଭେଚ୍ଛାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେ କରିଥିବା ଭୁଲ ପାଇଁ ଏବେ ତାଙ୍କୁ କେହି କେହି ଟ୍ରୋଲ କରିବା ଆରମ୍ଭ କରିଛନ୍ତି .

ସୂଚନା ମୁତାବକ, ବିବାହର ଖବର ଆସିବା ପରେ, ପ୍ରଥମେ ବିନା ଫଟୋରେ ବିବାହର ଶୁଭେଚ୍ଛା ଜଣାଇଥିଲେ ସଚିନ୍‌ । ପରେ ସେ ପ୍ରଥମ ଟୁଇଟ୍‌କୁ ହଟାଇ ଦ୍ୱିତୀୟ ଥର ଫଟୋ ରଖି ବିବାହର ଶୁଭେଚ୍ଛା ଦେଇଥିଲେ । ସଚିନ ସାଇନାଙ୍କ ଫଟୋ ସହ ପାରୁପଲ୍ଲୀଙ୍କ ଫଟୋ ଟୁଇଟ୍‌ କରିବା ବଦଳରେ ସାଇନାଙ୍କ ସହ ବ୍ୟାଡମିଣ୍ଟନ ଖେଳାଳି କିନ୍ଦାବୀ ଶ୍ରୀକାନ୍ତଙ୍କ ଫଟୋ ଟୁଇଟ୍‌ କରି ବିବାହର ଶୁଭେଚ୍ଛା ଜଣାଇଥିଲେ । ପରେ ଭୁଲ ଜାଣି ପାରି ପାରୁପଲ୍ଲୀଙ୍କ ସହ ସାଇନାଙ୍କ ଫଟୋ ଟୁଇଟ୍‌ କରିଥିଲେ ସଚିନ୍‌ । ତାଙ୍କର ଏହି ଭୁଲ୍‌ ପାଇଁ ସେ ଟ୍ରୋଲ୍‌ ହୋଇଛନ୍ତି।

Sachin Tendulkar

@sachin_rt

Heartiest congratulations to @NSaina & @parupallik on their wedding. Have a happy married life! Wish you all the very best. May God bless you with the best partnership of your life.

By amfnews

Related Post