Mon. Mar 17th, 2025

ସାଂସଦ ରାମଚନ୍ଦ୍ରଙ୍କ ପ୍ରତି ସମ୍ମାନହାନି ବୟାନ ପ୍ରସଙ୍ଗ ଘନେଇଲା : କୋର୍ଟରେ ଧର୍ମେନ୍ଦ୍ରଙ୍କ ନାମରେ ମାମଲା

By amfnews Jan 22, 2019 #Featured
119 Views

ବାରିପଦା, ଜାନୁଆରୀ ୨୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୟୂରଭଂଜ ସା˚ସଦ ରାମଚନ୍ଦ୍ର ହାଁସଦା ଦୁର୍ନୀତି ଅଭିଯୋଗରେ ଜେଲ୍‌ରେ ଥିବା ନେଇ ଦେଇଥିବା ବୟାନ ପ୍ରସଙ୍ଗ ଘନେଇବାରେ ଲାଗିଛି। କେନ୍ଦ୍ରମନ୍ତ୍ରୀ ଜାତି ଉଠାଇ ଆକ୍ଷେପ କରିବା ତଥା ସର୍ବସାଧାରଣରେ ସମ୍ମାନହାନୀ ଭଳି କଥା କହିବା ଅଭିଯୋଗ କରି ସା˚ସଦ ଶ୍ରୀ ହାଁସଦା କୋର୍ଟରେ ପହଂଚିଛନ୍ତି।
ଶ୍ରୀ ହାଁସଦା ମୟୂରଭଞ୍ଜର ସା˚ସଦ ଭାବେ ପ୍ରତିନିଧିତ୍ବ କରୁଥିବା ବେଳେ ସର୍ବସାଧାରଣରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କର ଜେଲ୍‌ ଯିବା ପ୍ରସଙ୍ଗ ଉତ୍‌ଥାପନ କରିଥିଲେ। ଅଭିଯୋଗ କୋର୍ଟରେ ବିଚାରଧୀନ ରହିଥିବା ବେ‌ଳେ ସେ ଜଣେ ଆଦିବାସୀ ନେତା ହୋଇଥିବାରୁ ତାଙ୍କୁ ଟାର୍ଗେଟ୍‌ କରାଯାଇଛି। ଜଣେ ଆଦିବାସୀ ନେତାଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀଙ୍କ ଏପରି ମନ୍ତବ୍ୟ ତାଙ୍କର ସମ୍ମାନହାନି କରିବା ସହ ଆଦିବାସୀମାନଙ୍କର ମଧ୍ୟ ଅପମାନ ବୋଲି ସେ ପ୍ରକାଶ କରିଛନ୍ତି। ତେବେ ଏନେଇ ଶ୍ରୀ ହାଁସଦା ଗତ ୯ ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲେ। ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ବାଧ୍ୟହୋଇ ସେ ଆଜି ବାରିପଦା ଏସ୍‌ଡିଜେଏମ୍‌ ଆଶ୍ରୟ ନେଇଛନ୍ତି। କୋର୍ଟରେ ସାଂସଦ ଶ୍ରୀ ହାଁସଦା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଭାଷଣର ଅଡିଅ କ୍ଲିପ୍‌ ଓ ୧୩ ଜଣ ସାକ୍ଷୀଙ୍କ ନାମ ଦାଖଲ ସହ ମାମଲା ଦାଏର କରିଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ; ଚଳିତ ମାସ ୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାରିପଦା ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆୟୋଜିତ ସାଧାରଣ ସଭାରେ ସାଂସଦ ଶ୍ରୀ ହାଁଁସଦା ଦୁର୍ନୀତି କରି ଜେଲ୍‌ ଯାଇଥିବା ପ୍ରକାଶ କରିଥିଲେ। ଯାହାକୁ ସେ ସହଜରେ ହଜମ କରିପାରିନଥିଲେ।

By amfnews

Related Post