Thu. Dec 26th, 2024

ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଭେଟିଲା କେଜେଡି ପ୍ରତିନିଧି ମଣ୍ଡଳୀ

By amfnews Nov 21, 2018 #Featured
153 Views

ରାଉରକେଲା, ୨୧ ।୧୧ : ଗତ ୧୭ ତାରିଖ ସନ୍ଧ୍ୟାରେ କେଜେଡିର ଏକ ଦୁଇ ଜଣିଆ ପ୍ରତିନିଧି ମଣ୍ଡଳୀ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ତାଙ୍କ ବରଗଡ଼ ବାସଭବନରେ ଭେଟି ସ୍ୱତନ୍ତ୍ର କୋସଲ ପ୍ରଦେଶ ଦାବି ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିଥିଲେ । କେଜେଡିର ରାଜ୍ୟ ସଭାପତି ବୈଦ୍ୟନାଥ ମିଶ୍ର ସାଂସଦ ଶ୍ରୀ ଆଚାର୍ଯ୍ୟଙ୍କୁ କେନ୍ଦ୍ର ସରକାରଙ୍କ ତାଲିକାଭୁକ୍ତ ଦଶଟି ନୂଆ ରାଜ୍ୟ ଘୋଷଣାକୁ ଉଦ୍ଦେଶ୍ୟମୂଳକ ଭାବେ ବିଳମ୍ବ କରାଯାଉଥିବା ଏବଂ ଏଥିରେ ସରକାରଙ୍କ ରାଜନୈତିକ ଅଭିସନ୍ଧି ରହିଥିବା ନେଇ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ତେଣୁ ସରକାର ୨ୟ ଥରପାଇଁ ରାଜ୍ୟ ପୁନର୍ଗଠନ କମିଶନ ବସାଇ ଏହାର ସମାଧାନ ରାସ୍ତା ଖୋଲିବା ନିମନ୍ତେ ରାଜ୍ୟ ସଭାରେ ପ୍ରଶ୍ନ ରଖିବା ପାଇଁ ତାଙ୍କୁ ଅନୁରୋଧ କରିଥିଲେ ପ୍ରତିନିଧି ମଣ୍ଡଳୀ । ସେିହପରି ମହାସଚିବ ଚକ୍ରାନ୍ତ ଜେନା ରାଉରକେଲା ଇସ୍ପାତ କାରଖାନାରେ ପୂର୍ବତନ ସୈନିକମାନଙ୍କ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଅନିୟମିତତା ହେଉଥିବା ଦର୍ଶାଇବା ସହ ୫୫ ଦିନ ଧରି ବିଶ୍ରା ଛକଠାରେ କଳା ପତାକା ପ୍ରଦର୍ଶନ ଓ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ଙ୍କ ପ୍ରତିଶ୍ରୁତି ସମ୍ପର୍କରେ ମଧ୍ୟ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

ସାଂସଦ ପ୍ରଶାନ୍ତ ନନ୍ଦଙ୍କୁ ଏ ସମ୍ପର୍କରେ ଅବଗତ କରି କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବା ସହ ରାଜ୍ୟସଭାରେ ପ୍ରଶ୍ନୋତ୍ତର ଜରିଆରେ ଏହି ପ୍ରସଙ୍ଗ ଉତ୍ଥାପନ କରିବାକୁ ଅନୁରୋଧ କରାଯାଇଥିବା ଶ୍ରୀ ମିଶ୍ର କହିଛନ୍ତି । ସାଂସଦ ଶ୍ରୀ ଆଚାର୍ଯ୍ୟ ଉଭୟ ପ୍ରସଙ୍ଗ ପ୍ରତି ଦୃଷ୍ଟିଦେଇ ସମାଧାନର ସୂତ୍ର ବାହାର କରିବାକୁ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।

By amfnews

Related Post