କଟକ : କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ଼୍ ଅଭିନେତା ଅନୁଭବ ମହାନ୍ତିଙ୍କ ଅଭିଯୋଗକୁ ପୁଲିସ ଅଣଦେଖା କରିଥିବା ଅଭିଯୋଗ ହୋଇଛି । ପଡ଼ୋଶୀଙ୍କ ଉତ୍ପାତ ନେଇ ଅନୁଭବ ମହାନ୍ତିଙ୍କ ଗତ ରାତିରେ କଟକ ପୁରୀଘାଟ ଥାନା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଘଟଣା ଘଟିବାର ଏତେ ସମୟ ବିତିଯାଇଥିଲେ ହେଁ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଚୁପ୍ ବସିଛି । ଉତ୍ପାତ କରୁଥିବା ଯୁବକଙ୍କୁ ଗିରଫ କରିବା ବଦଳରେ କଟକ ପୁରୀଘାଟ ଥାନା ଅଧିକାରୀ ତାଙ୍କୁ ଦୁର୍ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି ଅନୁଭବ ମହାନ୍ତି । ଘଟଣାକୁ ନେଇ ଟ୍ୱିଟରରେ ପୁଲସ୍ କମିସନରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସାଂସଦ।
Respected @cpbbsrctc Sir, there has been regular & serious allegations against a particular guy #ManjeetDas who is unfortunately my neighbour. I’m standing infront Of my house & trying my best to contact concerned PS but no action yet. Please help
ସୂଚନା ଅନୁସାରେ ଗତ ରାତିରେ ଅନୁଭବ ମହାନ୍ତିଙ୍କ କଟକ ନନ୍ଦିସାହି ସ୍ଥିତ ବାସଭବନ ଆଗରେ ପଡ଼ୋଶୀ ଯୁବକ ମଞ୍ଜିତ ଦାସ ଗାଳି ଗୁଲଜ କରିବା ସହ ଗଣ୍ଡଗୋଳ କରିଥିଲେ । ଅନୁଭବ ମହାନ୍ତି ଘଟଣାସ୍ଥଳକୁ ଆସି ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରିଥିଲେ । ହେଲେ ଗଣ୍ଡଗୋଳ କରିଥିବା ଯୁବକ ଜଣଙ୍କ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଗାଳିଗୁଲଜ କରିଥିଲେ । ତେବେ ଏହି ଘଟଣା ନେଇ ଅନୁଭବ ମହାନ୍ତି ପୁଲିସଙ୍କୁ ଫୋନ୍ କରିଥିଲେ ହେଁ, ବିଳମ୍ବରେ ପହଞ୍ଚିଥିଲା ପୋଲିସ୍ । ବିଳମ୍ବରେ ପହଞ୍ଚିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିନଥିଲା । ଏପରିକି ଓଲଟି ସାଂସଦ ଅନୁଭବ ମହାନ୍ତିଙ୍କୁ କଟକ ପୁରୀଘାଟ ଥାନା ଆଇଆଇସି ଦୁର୍ବ୍ୟବହାର କରିଥଲେ ।
Anubhav Mohanty✔@AnubhavMohanty_
Respected @cpbbsrctc Sir, there has been regular & serious allegations against a particular guy #ManjeetDas who is unfortunately my neighbour. I’m standing infront Of my house & trying my best to contact concerned PS but no action yet. Please help
ବିଡ଼ମ୍ବନାର ବିଷୟ ହେଲା, ଅଭିଯୋଗ କରିବାର ଏତେ ସମୟ ପରେ ବି ସଂପୃକ୍ତ ଯୁବକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏହି ଘଟଣାକୁ ନେଇ ଅସେନ୍ତୋଷ ପ୍ରକାଶ କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ପ୍ରତ୍ୟେକ୍ଷଦର୍ଶୀ ମଧ୍ୟ ସମାନ କଥା କହୁଛନ୍ତି । ସ୍ଥାନୀୟ ଲୋକଙ୍କର କିଛି ଭିଡ଼ିଓ ଓ ପ୍ରତ୍ରିକ୍ରିୟା ମଧ୍ୟ ସାଂସଦ ଟ୍ୱିଟରରେ ପୋଷ୍ଟ କରିଛନ୍ତି । ଏହି ଘଟଣାକୁ ନେଇ କମିସନରେଟ୍ ପୁଲିସକୁ ଟ୍ୟାଗ୍ କରି ସାହାଯ୍ୟର ଅପେକ୍ଷା କରିଛନ୍ତି ସାଂସଦ ଅନୁଭବ ମହାନ୍ତି ।