146 Views
କୋରାପୁଟ, ନଭେମ୍ବର ୧: କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜର ୪ ଜଣ ଡାକ୍ତର ଏକକାଳୀନ ଇସ୍ତଫା ଦେଇଛନ୍ତି । ସମସ୍ତ ଡାକ୍ତର ଭେଷଜ ବିଭାଗର ଅଟନ୍ତି । ଦରମା ବନ୍ଦ କରି ଦିଆଯାଇଥିବାରୁ ସେମାନେ ଇସ୍ତଫା ଦେଇଥିବା କହିଛନ୍ତି ।
ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲର ଭେଷଜ ବିଭାଗର ୪ ଜଣ ଡାକ୍ତରଙ୍କର ଡିନ୍ ଦରମା ବନ୍ଦ କରିଦେଇଛନ୍ତି । ମେଡ଼ିକାଲରେ ଥିବା ବାୟୋମେଟ୍ରିକ୍ ଉପସ୍ଥାପନା ଦେଖି ଦରମା ବନ୍ଦ କରିଛନ୍ତି । ବାୟୋମେଟ୍ରିକ୍ରେ ଉପସ୍ଥାପନା କମ୍ ଥିବାରୁ ଡିନ୍ ଏହି ପଦକ୍ଷେପ ନେଇଥିବା ସୂଚନା ମିଳିଛି । ସେପଟେ ଇସ୍ତଫା ଦେଇଥିବା ଡାକ୍ତରମାନେ କହିଛନ୍ତି ଯେ ଆମେ ସବୁବେଳେ ଡ୍ୟୁଟି କରୁଛୁ । ତେଣୁ ବାୟୋମେଟ୍ରିକ୍ ଦେଖି ଦରମା କରିବା ଉଚିତ ନୁହେଁ ବୋଲି ସେମାନେ କହିଛନ୍ତି ।
ଅନ୍ୟପକ୍ଷରେ ଭେଷଜ ବିଭାଗର ୪ ଜଣ ଡାକ୍ତରଙ୍କ ଇସ୍ତଫା ଯୋଗୁଁ ଉଭୟ ଆଉଟ୍ଡୋର୍ ଓ ଇନ୍ଡୋର୍ରେ ରୋଗୀ ସେବା ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ତେବେ ସମସ୍ୟାର ସମାଧାନ ପାଇଁ ମେଡ଼ିକାଲ କର୍ତ୍ତୃପକ୍ଷ ଆଲୋଚନା କରୁଥିବା ସୂଚନା ମିଳିଛି ।