Sun. Mar 8th, 2026

ସଲମାନ୍‌ଙ୍କ ବିରୋଧରେ ଆକ୍ରମଣ ଅଭିଯୋଗ ଆଣିଲେ ସାମ୍ବାଦିକ

218 Views

ନୂଆଦିଲ୍ଲୀ : ଟେଲିଭିଜନ୍‌ର ଜଣେ ସାମ୍ବାଦିକ ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ ଓ ତାଙ୍କ ଅଙ୍ଗରକ୍ଷୀଙ୍କ ବିରୋଧରେ ଆକ୍ରମଣର ଅଭିଯୋଗ ଆଣିଛନ୍ତି। ସାମ୍ବାଦିକ ସଲମାନ୍‌ ଖାନ୍‌ଙ୍କୁ ସାଇକେଲ ଚଳାଇବା ଦେଖଥିଲେ, ତା’ପରେ ସେ ଏହାର ଭିଡିଓ ବନାଇବା ପାଇଁ ଚେଷ୍ଟା କରିବା ପରେ ଏହି ଘଟଣା ଘଟିଥିବା କଥା କୁହାଯାଉଛି।

ସାମ୍ବାଦିକ ଅଶୋକ ପାଣ୍ଡ୍ୟା ଅନ୍ଧେରୀର ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟନ୍‌ ମଜିଷ୍ଟ୍ରେଟ ଆରଆର ଖାନ୍‌ଙ୍କ ଅଦାଲତରେ ଧାରା ୩୨୩ (ଆଘତ ଦେବା), ୩୯୨( ଲୁଟ୍‌ପାତ) ଓ ୫୦୬ (ଅପରାଧିକ ଧମକ) ଜରିଆରେ ମାମଲା ରୁଜୁ କରିଛନ୍ତି।

ଅଭିଯୋଗ ମୁତାବକ, ଏହି ଘଟଣା ଏପ୍ରିଲ ୨୪ରେ ସକାଳେ ଘଟିଥିଲା। ସଲମାନ୍‌ ଖାନ୍‌ ସାଇକେଲ ଚଳାଉଥିଲେ ସେହି ସମୟରେ ଦୁଇଜଣ ଅଙ୍ଗରକ୍ଷୀ ତାଙ୍କ ସହିତ ଥିଲେ। ପାଣ୍ଡ୍ୟାଙ୍କ କହିବାନୁସାରେ, ସେ କାର୍‌ରେ ଯାଉଥିଲେ, ଏହି ସମୟରେ ସଲମାନ୍‌ଙ୍କୁ ଦେଖିବା ପରେ ତାଙ୍କ ଅଙ୍ଗରକ୍ଷୀଙ୍କ ଠାରୁ ଅନୁମତି ନେଇ ସେ ଖାନ୍‌ଙ୍କ ଭିଡିଓ ବନାଇବାକୁ ଲାଗିିଥିଲେ। କିନ୍ତୁ ସଲମାନ୍‌ ଏହାକୁ ନେଇ କ୍ଷପ୍ପା ହୋଇ ଯାଇଥିଲେ। ଏହାପରେ ସଲମାନ୍‌ଙ୍କ ଅଙ୍ଗରକ୍ଷୀ ପାଣ୍ଡ୍ୟାଙ୍କ କାର୍‌ ଅଭିମୁଖେ ଯାଇ ମାରପିଟ କରିବା ଆରମ୍ଭ କରିଥିଲେ, କେବଳ ଏତିକି ନୁହେଁ ତାଙ୍କ ମୋବାଇଲ୍‌ ବି ଛଡ଼ାଇ ନେଇଥିଲେ।

ସାମ୍ବାଦିକ ଅଭିଯୋଗ ଆଣିଛନ୍ତି କି ପୁଲିସ ତାଙ୍କ ଅଭିଯୋଗକୁ ଗ୍ରହଣ କଲା ନାହିଁ। ତେଣୁ ସେ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ଘଟଣାର ଯାଞ୍ଚ ଦାବି କରି ଆବେଦନ କରିଥିବା ସାମ୍ବାଦିକଙ୍କ ଏହି ମାମଲା ଉପରେ ଜୁଲାଇ ୧୨ରେ ଶୁଣାଣି ହେବ।

By amfnews

Related Post