Sat. Mar 7th, 2026

ସର୍ବଭାରତୀୟ ରେଳବାଇ ମିଟ୍‌ ପାର୍ବତୀଙ୍କୁ କାଂସ୍ୟ

207 Views

ଭୁବନେଶ୍ୱର: ପୂର୍ବତଟ ରେଳବାଇ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଆ ଝିଆ ପାର୍ବତୀ ସେଠୀ ଶୁକ୍ରବାର ଲକ୍ଷ୍ନୌରେ ଚାଲିଥିବା ୬୨ତମ ସର୍ବଭାରତୀୟ ରେଳବାଇ ପ୍ରତିଯୋଗିତାର ଡିସକସ୍‌ ଥ୍ରୋରେ କାଂସ୍ୟ ପଦକ ଜିତିଛନ୍ତି। ସେ ୪୬.୨୫ ମିଟର ଫିଙ୍ଗି ତୃତୀୟ ସ୍ଥାନରେ ରହି ପଦକ ଜିତିଥିଲେ। ଏଥିସହ ସେ ଭାରତୀୟ ରେଳବାଇ ପକ୍ଷରୁ ହେବାକୁଥିବା ସର୍ବଭାରତୀୟ ଓପନ୍‌ ଜାତୀୟ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରି ନେଇଥିଲେ। ଏହି ପ୍ରତିଯୋଗିତା ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ।

By amfnews

Related Post