Tue. Mar 10th, 2026

ସର୍ବଦଳୀୟ ବୈଠକରେ ଯୋଗ ଦେବେ ନବୀନ

158 Views

ନୂଆଦିଲ୍ଲୀ : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି। ସେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ଲୋକସଭାରେ ପ୍ରତିନିଧିତ୍ୱ ଥିବା ସମସ୍ତ ରାଜନୈତିକ ଦଳର ସଭାପତିଙ୍କ ବୈଠକରେ ଯୋଗ ଦେବାକୁ ଯିବେ ବୋଲି ଜଣାପଡ଼ିଛି। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏ ନେଇ ବିଜେଡି ସୁପ୍ରିମୋଙ୍କୁ ପତ୍ର ଲେଖି ନିମନ୍ତ୍ରଣ କରିଛନ୍ତି।

ସୂଚନା ମୁତାବକ, ଜୁନ୍‌ ୧୯ ତାରିଖ ଅପରାହ୍ନ ୩ଟା ବେଳେ ପାର୍ଲାମେଣ୍ଟ ଗ୍ରନ୍ଥାଗାରରେ ଅନୁଷ୍ଠିତ ହେବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ, ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ନୂଆ ଭାରତ ନିର୍ମାଣ ଲାଗି ପ୍ରସ୍ତାବ, ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମବାର୍ଷିକୀ ପାଳନ ଏବଂ ସଂସଦୀୟ କାର୍ଯ୍ୟଧାରାକୁ ଗଠନମୂଳକ କରିବା ନେଇ ଆଲୋଚନା ହେବ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହିବେ ବୋଲି ପତ୍ର ଯୋଗେ ଜଣାଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ଯୋଶୀ।

By amfnews

Related Post