ପରସ୍ପର ଘୋର ବିରୋଧୀ ଭାବେ ଜଣାଶୁଣା ଏହି ଦୁଇ ନେତା କଣ ପାଇଁ ରାତି ଅଧିରେ ସାକ୍ଷାତ କଲେ। ପୁଣି ସଭାପତି ନିଜେ ଯାଇ ଶ୍ରୀକାନ୍ତ ଜେନାଙ୍କ ଘରେ ସାକ୍ଷାତ କଲେ ଏହାକୁ ନେଇ ଏବେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବାପରେ ଦଳର ବରିଷ୍ଠ ନେତା ଶ୍ରୀ ଜେନା ଦୁଇଟି ଚିଠି ଲେଖି ମଧ୍ୟ ଚର୍ଚ୍ଚାକୁ ଆସିଥିଲେ। ଏପରିକି ନିର଼ଞ୍ଜନଙ୍କ ଶିବିରର କୁହାଯାଉଥିବା ବରିଷ୍ଠ ନେତା ଅନନ୍ତ ପ୍ରସାଦ ସେଠୀ ମଧ୍ୟ ପିସିସି ଅଫିସରେ ଶ୍ରୀକାନ୍ତଙ୍କୁ ସମାଲୋଚନା କରିବା ସହ ଜନତା ଦଳର ମାନସିକତା ଯାଇ ନଥିବା କହିଥିଲେ।
କଥା ସେତିକିରେ ନୁହେଁ ଓଡିଶାରେ ଖଣିଜ ସମ୍ପଦ ଲୁଟକୁ ନେଇ ମଧ୍ୟ ପରୋକ୍ଷରେ ଶ୍ରୀକାନ୍ତ , ନିରଞ୍ଜନଙ୍କୁ ବିଗତ ଦିନରେ ଟାର୍ଗେଟ କରିଥିଲେ । ୬୦ ବନାମ ୬୦ର ନାରା ଦେଇ ୨୦୧୪ ସାଧାରଣ ନିର୍ବାଚନରେ ପ୍ରଚାରକୁ ଓହ୍ଲାଇଥିଲେ ଶ୍ରୀକାନ୍ତ । ଏହି ସବୁ ମଧ୍ୟରେ ଦୁଇଦିନ ତଳେ ବିଳମ୍ବିତ ରାତିରେ ପରସ୍ପର ସାକ୍ଷାତ ହୋଇଥିବା ଏବେ କଂଗ୍ରେସ ଶିବିରରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି ।
ସେପଟେ ନୂଆ ଟିମ ଘୋଷଣାର ତାରିଖ ମେ ୩୧ ତାରିଖ ଥିବା ବେଳେ ତାହା ଏବେ ସରିଯାଇଛି। ଆଗୁଆ ପ୍ରାର୍ଥୀ ଘୋଷଣା କରିବାର କଥା କହୁଥିବା ପିସିସି ମୁଖିଆ ତାଙ୍କ ଟିମ ଘୋଷଣା କରିପାରିନଥିବା ବେଳେ ଏହାକୁ ନେଇ ଜୋରଧରିଛି ଚର୍ଚ୍ଚା ଆଲୋଚନା।