Fri. Nov 22nd, 2024

ସରିଲା ଡେଡଲାଇନ, ଆଜି ମଧ୍ୟରାତ୍ରିରୁ ଫାସଟ୍ୟାଗ ବ୍ୟବସ୍ଥା ବାଧ୍ୟତାମୂଳକ

By amfnews Feb 15, 2021 #Featured
106 Views

ଭୁବନେଶ୍ୱର, ଫେବୃଆରୀ 15 : ସରିଲା ଅବଧି । ଆଜି ମଧ୍ୟରାତ୍ରିରୁ ଫାସଟ୍ୟାଗ ବ୍ୟବସ୍ଥା ବାଧ୍ୟତାମୂଳକ । ଏଣିକି ଜାତୀୟ ରାଜପଥ ଟୋଲ ଗେଟରେ ଫାସଟ୍ୟାଗ ମାଧ୍ୟମରେ ଟୋଲ୍‌ ଫି ଆଦାୟ ହେବ  ।

ଫେବୃଆରୀ 15 ଯାଏଁ ଫାସଟ୍ୟାଗ ବ୍ୟବସ୍ଥା ଅବଧିକୁ ବୃଦ୍ଧି କରାଯାଇଥିଲା  । ତେବେ ଏବେ ଫାସଟ୍ୟାଗ ନଥିଲେ 2 ଗୁଣ ଟୋଲ୍‌ ଫି ଲାଗିବ । ସମସ୍ତ ଗାଡି ଫାସଟ୍ୟାଗ କରିବାକୁ ବାଧ୍ୟ, ନ ହେଲେ ମାଲିକଙ୍କ ନାଁରେ କଟାଯିବ ଇ -ଚାଲାଣ । ଫାସଟ୍ୟାଗ ନ ଥିଲେ ଟୋଲପ୍ଲାଜା ଭିତରେ ପ୍ରବେଶ କରିପାରିବନି ଗାଡି  । ଫାସଟ୍ୟାଗ ନଥିଲେ ଦୁଇଗୁଣା ଦେୟ ଗଣିବେ ଗାଡି ମାଲିକ  ।

ଗାଡି ଫାସଟ୍ୟାଗ ବ୍ୟବସ୍ଥା ନଥିଲେ ଟୋଲପ୍ଲାଜା ଭିତରେ ପ୍ରବେଶ ମନା କରାଯାଇଛି  । ଫାସଟ୍ୟାଗ ନଥିଲେ ଗାଡି ମାଲିକଙ୍କ ଘରକୁ 2 ଗୁଣ ଫାଇନ ବା ଇ –ଚାଲାଣ ପଠାଯିବ  । ଅନେକ ଗାଡି ଫାସଟ୍ୟାଗ କରି ନଥିବାରୁ ନଗଦ କାରବାର କରୁଛନ୍ତି  । ତାହା ବନ୍ଦ ହେବ  । ଆଜି ମଧ୍ୟରାତ୍ରିରୁ ଟୋଲପ୍ଲାଜା ଭିତରେ ପ୍ରବେଶ କରିବା ପାଇଁ ଫାସଟ୍ୟାଗ ବ୍ୟବସ୍ଥା ବାଧ୍ୟତାମୂଳକ ହେବ । ଫାସଟ୍ୟାଗ ପାଇଁ ଆଉ ଅବଧି ବୃଦ୍ଧି କରାଯିବ ନାହିଁ ବୋଲି ସଡକ ପରିବହନ ମନ୍ତ୍ରାଳୟ ନିଷ୍ପତି ନେଇଛି  ।

By amfnews

Related Post