Sun. Mar 8th, 2026

ସରପଞ୍ଚଙ୍କ ଗାଈକୁ ମାରି ଖାଇଲେ ଦୁଇଟି କଲରାପତରିଆ

181 Views

ନୂଆପଡ଼ା: ରବିବାର ଦିନ ଧରବନ୍ଧା ସରପଞ୍ଚଙ୍କ ଗୋଟାଏ ଗାଈକୁ ଦୁଇଟି କଲରାପତରିଆ ମାରି ଖାଇଥିବା ଅଭିଯୋଗ ହୋଇଛି।

ସରପଞ୍ଚ ଓଁପ୍ରକାଶ କଲାର ଧରମବନ୍ଧା ଥାନାରେ କରିଥିବା ଅଭିଯୋଗ ଅନୁସାରେ, ତାଙ୍କ ଗାଈଆଳ ପୁନଭରାମ ରାଉତ ଗାଈ ନେଇ ଅପରକୋଙ୍କ ଉଠାଜଳସେଚନ ପ୍ରକଳ୍ପ ପାଖ ସୁନାବେଡ଼ା ଅଭୟାରଣ୍ୟକୁ ଯାଇଥିଲା। ଦିନ ପ୍ରାୟ ୨ଟା ବେଳେ ଦୁଇଗୋଟି କଲରାପତରିଆ ବାହାରି ଗୋଟାଏ ଗାଈକୁ ମାରି ବଣ ଭିତରକୁ ଘୋଷାରି ନେଇଯାଇଥିଲେ। ଓଁପ୍ରକାଶ ଘଟଣାସ୍ଥଳକୁ ଯାଇ ସେଠାରେ ପଡ଼ିଥିବା ମୃତଦେହଟି ତାଙ୍କ ଗାଈର ବୋଲି ଚିହ୍ନଟ କରିଥିଲେ।

ପୂର୍ବରୁ କୋମନା ବ୍ଲକ୍‌ ଦେଓହର୍ଦା ଗ୍ରାମରେ କଲରାପତରିଆମାନେ ୪ଟି ଛେଳି ଓ ୨ଟି ବାଛୁରୀଙ୍କୁ ମାରି ଖାଇଥିଲେ। ଏହାର ୧୪ ଦିନ ପରେ ପୁଣି ନୂଆପଡ଼ା ବ୍ଲକ୍‌ରେ କଲରାପତରିଆ ଆତଙ୍କ ଦେଖା ଦେଇଛି।

By amfnews

Related Post