Sun. Mar 8th, 2026

ସରପଞ୍ଚଙ୍କୁ ଆକ୍ରମଣ କରିବାକୁ ବୋମା ଭିଡୁଥିବା ଅପରାଧୀ ହାତରେ ବିସ୍ଫୋରଣ

181 Views

ଗଞ୍ଜାମ : ଦିଗ ପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କୁ ଆକ୍ରମଣ କରିବା ନିମନ୍ତେ ଶୁକ୍ରବାର ବିଳମ୍ବିତ ରାତ୍ରୀରେ ବୋମା ଭିଡୁଥିବା ବେଳେ ତାହା ଫୁଟି ଯିବାରୁ ଜଣେ ଅପରାଧୀ ଆହତ ହୋଇଛି।

ଆହତ ଅପରାଧୀର ନାଁ ଚେରୁ ଗୌଡ଼। ଚେରୁ, ତା’ର ସହଯୋଗୀ ପାଣ୍ଡା ଗୌଡ଼ ଓ ଅନ୍ୟମାନେ ମିଶି ଚାଞ୍ଚଡ଼ାପଲ୍ଲୀ ଠାରେ ବୋମା ତିଆରି କରୁଛନ୍ତି ବୋଲି ବିଶ୍ୱସ୍ତସୂତ୍ରରୁ ଖବର ପାଇବା ପରେ ପୁଲିସ ଚଢ଼ାଉ କରିଥିଲା। ଠିକ୍‌ ସେତିକି ବେଳେ ସେମାନେ ଭିଡୁଥିବା ବୋମାଟି ଫୁଟି ଯିବାରୁ ଚେରୁର ହାତ କ୍ଷତବିକ୍ଷତ ହୋଇଯାଇଥିଲା ଓ ଏହି ସୁଯୋଗରେ ସେଠାରେ ଉପସ୍ଥିତ ପାଣ୍ଡା ଏବଂ ଅନ୍ୟମାନେ ଘଟଣାସ୍ଥଳରୁ ଚମ୍ପଟ୍‌ ମାରିଥିଲେ।

By amfnews

Related Post