Sun. Jan 12th, 2025

ସରକାରୀ ସହାୟତା ଅପେକ୍ଷାରେ ପ୍ରହଲ୍ଲାଦ।

By amfnews Sep 12, 2018 #Featured
115 Views

୧୦ବର୍ଷ ର ଶିଶୁ ପ୍ରହଲ୍ଲାଦ।ଜୀବନର ପ୍ରଥମ ପାହାଚ ଥାପୁ ଥାପୁ ନିଜର ପଙ୍ଗୁ ଶରୀର ଯୋଗୁଁ ତାକୁ ପାଠ ପଢ଼ାରେ ବାଧକ ସାଜିଛି।ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ର କୁପୁଲି ଗୁଡା ଗ୍ରାମରେ।ପ୍ରହଲ୍ଲାଦ ଚତୁର୍ଥ ଶ୍ରେଣୀ ପାଠ ପଢା ଅଧାରୁ ଛାଡିବାକୁ ବାଧ୍ୟ ହୋଇଛି।ଛଅ ମାସ ହବ ସେ ଗୁରୁଣ୍ଡି ଗୁରୁଣ୍ଡି ଘୋସାଡି ହୋଇ ଗୋଟିଏ ସ୍ଥାନ ରୁ ଆଉ ଏକ ସ୍ଥାନ କୁ ଯାଉଛି।

ମୁଁ ବି ପାଠ ପଢ଼ିବି ।ଏଭଳି କରୁଣ ସ୍ୱର ରେ ଏହି କମଳ ମତି ଶିଶୁ ଅନୁରୋଧ କରିଛି।ଏହି ଶିଶୁ ଟିର ବୟସ ୧୦ ବର୍ଷ ନା ହେଲା ପ୍ରହଲ୍ଲାଦ ଦୋରା।ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ କୁପୁଲି ଗୁଡା ଗ୍ରାମରେ ପ୍ରହଲ୍ଲାଦ ର ପରିବାର ଆବାସ କରନ୍ତି।ପ୍ରହଲ୍ଲାଦ ଗତବର୍ଷ ଚତୁର୍ଥ ଶ୍ରେଣୀ ରେ ପଢ଼ୁଥିବା ବେଳେ ହଟାତ ତା ଜୀବନ ରେ ଏକ ବଡ଼ ଦୁଃଖ ତା ମୁଣ୍ଡ ରେ ଲଦି ହୋଇଯାଇଥିଲା।ଶରୀର ର ଦୁଇଟା ଗୋଡ ଆଣ୍ଠୁ ପାଖରେ ବଙ୍କା ହୋଇଯାଇଥିବା ଫଳରେ ପ୍ରହଲ୍ଲାଦ ଆଉ ଚାଲି ପାରିନଥିଲା।କିଛିଦିନ ଗୁରୁଣ୍ଡି ଗୁରୁଣ୍ଡି ସ୍କୁଲ ଯିବା ପରେ ଏବେ ସ୍କୁଲ ଯିବା ମଧ୍ୟ ଛାଡ଼ିଦେଇଛି ପ୍ରହଲ୍ଲାଦ।ଗତ ଛଅ ମାସ ହେବ ପ୍ରହଲ୍ଲାଦ ର ଏଭଳି ଅବସ୍ଥା ଦେଖି ପରିବାର ମଧ୍ୟ ଭାଙ୍ଗି ପଡିଛନ୍ତି।ତେବେ ପରିବାର ର ଅବସ୍ଥା ଭଲ ନଥିବାରୁ ସେ ଭଲ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମଧ୍ୟ ଭର୍ତି କରିପାରୁନାହାନ୍ତି।ଏଭଳି ଅବସ୍ଥା ରେ ପରିବାର ଲୋକ କଣ କରିବେ ତାହା ଭାବି ପାରୁନାହାନ୍ତି।

ଏପଟେ ଗୋଷ୍ଟି ଉନ୍ନୟନ ଅଧିକାରୀ କହିଛନ୍ତି ଯେ ଆମ ମାଧ୍ୟମରେ ସେ ଏହି କଥା ଜାଣିପାରିଲେ।ପରବର୍ତୀ ସମୟରେ ଯାହା ବି ସରକାରୀ ସହାୟତା ଯୋଗାଇଦିଆଯିବା କଥା ତାହା ଯୋଗାଇ ଦିଆଯିବ।

By amfnews

Related Post