Sat. Mar 7th, 2026

ସରକାରଙ୍କ ସହ ମତାନ୍ତର କାରଣରୁ ଇସ୍ତଫା ଦେଲେ ଷ୍ଟାଟିଷ୍ଟିକାଲ୍‌ କମିସନ୍‌ର ଦୁଇ ସଦସ୍ୟ

214 Views

ନୂଆଦିଲ୍ଲୀ: କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ସରକାରଙ୍କ ସହ ମତାନ୍ତର ଘଟିବା କାରଣରୁ ସମ୍ମାନଜନକ ‘ନେସ୍‌ନାଲ୍‌ ଷ୍ଟାଟିଷ୍ଟିକାଲ୍‌ କମିସନ୍‌’ର (ଏନଏସ୍‌ସି) ସ୍ୱାଧୀନ ସଦସ୍ୟତାରୁ ମଙ୍ଗଳବାର ଦିନ ଇସ୍ତଫା ଦେଇଛନ୍ତି ପି ସି ମୋହନନ ଏବଂ ଜେଭି ମୀନାକ୍ଷି।

ମୋହନନ ମଧ୍ୟ ଏନ୍‌ଏସ୍‌ସିର ଆକ୍ଟିଙ୍ଗ୍‌ ଚେୟାରପର୍ସନ୍‌ ଥିଲେ। ଏନ୍‌ଏସ୍‌ସିର ମାତ୍ର ୪ ଜଣ ସଦସ୍ୟ। ସେଥିରୁ ମୋହନନ ଏବଂ ମୀନାକ୍ଷି ଛାଡ଼ି ଚାଲିଯିବାରୁ ମାତ୍ର ଦୁଇ ଜଣ ସଦସ୍ୟ ରହିଲେ। ସେମାନେ ହେଉଛନ୍ତି ଚିଫ୍‌ ଷ୍ଟାଟିସିଆନ୍‌ ପ୍ରବୀଣ ଶ୍ରୀବାସ୍ତବ ଏବଂ ନିତି ଆୟୋଗର ସିଇଓ ଅମିତାଭ କାନ୍ତ।

ମୋହନନ କହିଛନ୍ତି: ମୁଁ ଏସ୍‌ଏସ୍‌ସିରୁ ଇସ୍ତଫା ଦେଇଛି। ଆମେ ଭାବିଲୁ ଯେ ଆଜିକାଲି କମିସନ ସେତେ ସକ୍ରିୟ ନାହିଁ ଏବଂ ଆମେ କମିସନର ଦାୟିତ୍ୱ ନିର୍ବାହ କରିବାକୁ ସମର୍ଥ ନୋହୁଁ।

ପରିସଂଖ୍ୟାନ ଓ ଯୋଜନା ପ୍ରବର୍ତ୍ତନ ମନ୍ତ୍ରାଳୟ ଅଧୀନସ୍ଥ ଏନ୍‌ଏସ୍‌ସି େଓ୍ଵବ୍‌ସାଇଟ୍‌ ଅନୁସାରେ, ଏଥିରେ ୭ ଜଣ ସଦସ୍ୟ ରହିବା କଥା। ଜୁନ୍‌ ୨୦୧୭ରେ ଯୋଗ ଦେଇଥିବା ମୋହନନ୍‌ ଓ ମୀନାକ୍ଷିଙ୍କ କାର୍ଯ୍ୟକାଳ ଜୁନ୍‌ ୨୦୨୦ରେ ଶେଷ ହୋଇ ଥାଆନ୍ତା।

By amfnews

Related Post