Wed. Dec 25th, 2024
213 Views

ଭୁବନେଶ୍ୱର: ଉନ୍ନୟନ କମିଶନର ଭାବେ ଗତମାସରେ ସରକାରୀ ଚାକିରିରୁ ଅବସର ନେଇଥିବା ଆଇଏଏସ ଆର ବାଲକ୍ରିଷ୍ଣନଙ୍କୁ ରାଜ୍ୟ ସରକାର ନିଜର ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି। ରାଜ୍ୟ ସରକାରଙ୍କ ସ୍ପେଶାଲ ଇନିସିଏଟିଭର ମୁଖ୍ୟ ପରାମର୍ଶଦାତା ଭାବେ ସେ କାର୍ଯ୍ୟ କରିବେ ଓ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କରିବେ।

ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଶ୍ରୀ ବାଲକ୍ରିଷ୍ଣନ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ପାହ୍ୟାର ଅଫିସର ଭାବେ କାର୍ଯ୍ୟ କରିବେ। ସେ ଅବୈତିନିକ କାର୍ଯ୍ୟ କଲେ ମଧ୍ୟ ତାଙ୍କୁ ଅଫିସ୍, ସହାୟକ କର୍ମଚାରୀ, ଗାଡ଼ି ଓ ସରକାରୀ କ୍ୱାର୍ଟର୍ସ ଯୋଗାଇ ଦିଆଯିବ।

ମୁଖ୍ୟତଃ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ, ଓଡ଼ିଆ ବିଶ୍ୱବିଦ୍ୟାଳୟ ଓ ଓଡ଼ିଆ ଭର୍ଚୁଆଲ ଏକାଡେମୀ, ଐତିହ କ୍ୟାବିନେଟ, ଟ୍ରାଇବାଲ ମ୍ୟୁଜିୟମ ଓ କ୍ରାଫ୍ଟ ମ୍ୟୁଜିୟମର କାର୍ଯ୍ୟଧାରାକୁ ସେ ତଦାରଖ କରିବେ। ପରବର୍ତ୍ତୀ ସମୟରେ ତାଙ୍କୁ ଅନ୍ୟାନ୍ୟ ସ୍ପେଶାଲ ଇନିସିଏଟିଭି କାର୍ଯ୍ୟ ମଧ୍ୟ ଆବଣ୍ଟିତ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

By amfnews

Related Post