338 Views
ଭୁବନେଶ୍ୱର,ମେ 1 : କରୋନାର ଦ୍ୱିତୀୟ ଲହର ଅତ୍ୟନ୍ତ ଭୟାନକ ଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଜାରୀ ହୋଇଥିବା ସଟ୍ଡ଼ାଉନ୍ ଓ ଲକ୍ଡ଼ାଉନ୍ରେ ଲୋକମାନଙ୍କର ଆର୍ଥିକ ଅବସ୍ଥା ଭୁଶୁଡ଼ି ପଡ଼ିଲାଣି ।ଯାହାଫଳରେ ଏହି ମହାମାରୀ ସମୟରେ ପରିବାର ପୋଷଣ କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଲାଣି ।
ତେବେ ଏପରି ପରିସ୍ଥିତିରେ ପୂର୍ବରୁ କେନ୍ଦ୍ର ସରକାର ଦେଶର ପ୍ରାୟ ୮୦କୋଟି ହିତାଧିକାରୀଙ୍କୁ ମେ’ ଓ ଜୁନ୍ ଦୁଇମାସ ପାଇଁ ଅତିରିକ୍ତ ଭାବେ ୫କେଜି ଚାଉଳ ବା ଗହମ ଦିଆଯିବା ସଂପର୍କରେ ଘୋଷଣା କରିଥିବା ବେଳେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
ଯାହାଫଳରେ ମେ’ ଓ ଜୁନ ଦୁଇମାସ ପାଇଁ ହିତାଧିକାରୀମାନଙ୍କୁ ଏହି ଅତିରିକ୍ତ ଚାଉଳ ମାଗଣାରେ ଦିଆଯିବ । ଏ ବାବଦରେ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏହା ଦ୍ୱାରା ରାଜ୍ୟର ପ୍ରାୟ ୧୨ଲକ୍ଷ ହିତାଧିକାରୀ ଉପକୃତ ହେବେ ।