ରାଉରକେଲା, ୨୩ା୯ : ଓଡିଶାରେ ସରକାରୀ ଓ ବେସରକାରୀ ସ୍ତରରେ ଓଡିଆ ଭାଷା ପ୍ରଚଳନ ଓ ଏଥିରେ ଖିଲାପ କଲେ ଦଣ୍ଡବିଧାନ ଦାବିରେ ସାମଗ୍ର ଓଡିଶାରେ କଳାପତାକା ପ୍ରଦର୍ଶନ କରାଯାଇଆସୁଥିଲା । ଏହି ଆନ୍ଦୋଳନ ୮୭୮ ଦିନରେ ପହଞ୍ôଚଥିବା ବେଳେ ଗତ ୧୯ ତାରିଖ ଦିନ ମୌସୁମୀ ଅଧିବେଶନରେ ଓଡିଶା ସରକାରୀ ଭାଷା ସଂଶୋଧନ ବିଲ୍ ପାରିତ ହୋଇଛି । ଏହା ପାରିତ ହେବା ଦ୍ୱାରା ଭାଷାପ୍ରେମୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ୧୯୫୪ରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଭାଷା ଆଇନ୍ ଆଣିଥିଲେ ।
ତେବେ ସେବେଠାରୁ ଏହାକୁ ପ୍ରଚଳନ କରିବା ଦିଗରେ କେହି ଆଗ୍ରହ ପ୍ରକାଶ କରୁନଥିଲେ । ତେଣୁ ଭାଷା ଆନ୍ଦୋଳନ ଓଡିଆ ପକ୍ଷରୁ ଉପରୋକ୍ତ ଦାବିରେ କଳାପତାକା ପ୍ରଦର୍ଶନ କରାଯାଇଆସୁଥିଲା । ରାଉରକେଲାରେ ଓଡିଆ ଭାଷା ବିକାଶ ମଞ୍ଚ ପକ୍ଷରୁ ଏହାକୁ ସମର୍ଥନ ଜଣାଇ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ନେତୃତ୍ୱରେ କଳାପତାକା ପ୍ରଦର୍ଶନ କରାଯାଉଥିଲା ।
ଭାଷାପ୍ରେମୀ କୁଞ୍ଜବିହାରୀ ରାଉତ, ନଗେନ ଦାସ, ବସନ୍ତ ଦାସ, ପ୍ରଶାନ୍ତ କୁମାର ପତି, ଅଭିରାମ ପ୍ରଧାନ, ରାଜୀବ ପାଣି, ମହେନ୍ଦ୍ର ମିଶ୍ର, ଶଶିଭୂଷଣ ତ୍ରିପାଠୀ, ଡ.ଜ୍ଞାନରଞ୍ଜନ ଗିରି, ଅଶୋକ ରାଉତ, ବସନ୍ତ ନାୟକ, ଚନ୍ଦ୍ରଶେଖର ପାଇକରାୟ, ଗୌରାଙ୍ଗ ଦାସ, ସୁସ୍ମିତା ମହାପାତ୍ର, ବବିତା ମହାପାତ୍ର, ଅବନିନ୍ଦ୍ର ଓଝା, ସୁନୀଲ ମହାନ୍ତି, କେଦାରନାଥ ପ୍ରଧାନ, ରମେଶ ଚନ୍ଦ୍ର ମାଝି, ବଳରାମ ରାଉଳ, ଅଶୋକ ଚନ୍ଦ୍ର ମହାପାତ୍ର, ସୁକାନ୍ତ ମହାପାତ୍ର, ମନୋଜ ପଟ୍ଟନାୟକ, ହରେକୃଷ୍ଣ ମାଣିକ, ଶୁଭେନ୍ଦୁ ପାତ୍ର, ଶିବଦତ୍ତ ଦ୍ୱିବେଦୀ, ସୁଶାନ୍ତ ସୂତାର, ସୁମନ ଦତ୍ତ, କୈଳାସ ଚନ୍ଦ୍ର ସାବତ, ଚକ୍ରାନ୍ତ ଜେନା, ନୃସିଂହ ଜେନା, ପ୍ରମୋଦ ଲେଙ୍କା ପ୍ରମୁଖଙ୍କ ଭଳି ବହୁ ଭାଷାପ୍ରେମୀ କଳାପତାକା ପ୍ରଦର୍ଶନରେ ସାମିଲ୍ ହୋଇ ଭାଷା ପ୍ରତି ଆନୁଗତ୍ୟ ପ୍ରକାଶ ସହ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ନିକଟରେ ଚାପ ପ୍ରୟୋଗ କରିଥିଲେ ।
ତେଣୁ ଦୀର୍ଘ ଦିନର ଲଢେଇ ପରେ ନବୀନ ସରକାର ଗତ ଡିସେମ୍ବର ୨୬ ତାରିଖରେ ପୁରୀ ଠାରେ ସ୍ୱତନ୍ତ୍ର ଅଧିବେଶନରେ ଭାଷାକୁ ନେଇ ଏକ ସ୍ୱତନ୍ତ୍ର ବିଲ୍ ଆଣିଥିଲେ । ତେଣୁ ଏହାକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବା ପାଇଁ ଚଳିତ ମାସ ୧୯ ତାରିଖ ଦିନ ପାରିତ ହେବା ପରେ ଏନେଇ ଓଡିଆ ଭାଷା ବିକାଶ ମଞ୍ଚ ପକ୍ଷରୁ ଏହାକୁ ସ୍ୱାଗତ କରାଯାଇ ସରକାରଙ୍କୁ ସାଧୁବାଦ ଜ୍ଞାପନ କରାଯାଇଛି ।