Sat. Mar 7th, 2026

ସମ୍ବିଧାନ ଦେଶର ଏକତା ଓ ଅଖଣ୍ଡତାକୁ ଅକ୍ଷୁଣ୍ଣ ରଖିଛି :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

232 Views

ନୂଆଦିଲ୍ଲୀ: ଆଜି ସଂସଦରେ ପାଳିତ ହେଉଛି ସମ୍ବିଧାନ ଦିବସ। ସମ୍ବିଧାନ ପ୍ରଣୟନର ୭୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ। ସଂସଦ ଭବନରେ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ୨୬ ନଭେମ୍ବର ଭାରତ ପାଇଁ ଐତିହାସିକ ଦିନ। ଭାରତୀୟମାନଙ୍କ ପାଇଁ ସମ୍ବିଧାନ ଏକ ପବିତ୍ର ଗ୍ରନ୍ଥ ଯାହାକୁ ୭୦ ବର୍ଷ ପୂର୍ବରୁ ଆମେ ଆପଣାଇଛୁ।

ସେ ଆହୁରି ମଧ୍ୟ କହିଛନ୍ତି ,‘ ଅତୀତରୁ ଆମକୁ ଶିକ୍ଷା ନେବା ଉଚିତ, ସ୍ବାଧୀନତା ପରେ ଭାରତର ଲୋକତନ୍ତ୍ର ଅଧିକ ମଜଭୁତ ହୋଇଛି, ସମ୍ବିଧାନ ଦେଶର ଏକତା ଓ ଅଖଣ୍ଡତାକୁ ଅକ୍ଷୁଣ୍ଣ ରଖିଛି।’

ଠିକ୍ ସେହିପରି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବିଧାନ ପ୍ରଣୟନର ୭୦ ବର୍ଷ ପୂର୍ତ୍ତି ଅବସରରେ ସଂସଦ ଭବନରେ ଆୟୋଜିତ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନରେ ଉଦବୋଧନ ଦେଇଛନ୍ତି। ସେ ଏହି ଅବସରରେ  ଦେଶ ଏବଂ ବିଦେଶରେ ଥିବା ସମସ୍ତ ଭାରତୀୟମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

By amfnews

Related Post